୧୭୭ କେଜି ଗଞ୍ଜେଇ ସହ ଜଣେ ଗିରଫ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ପକ୍ଷରୁ ଆଜି ସକାଳେ ପେଟ୍ରୋଲିଙ୍ଗ ସମୟରେ ମେସ ଫାର୍ମଗୁଡ଼ା ନିକଟରେ ଜଣେ ବ୍ୟକ୍ତି ୮ଟି ବସ୍ତା ରଖି
ଗାଡିକୁ ଅପେକ୍ଷ୍ୟା କରିଥିଲେ ।ଏହି ସମୟରେ ସେପଟୁ ପେଟ୍ରୋଲିଙ୍ଗ ସାରି ଏସାଇ ଉତ୍କଳପ୍ରଧାନ ଓ ତାଙ୍କ ଟିମ ଫେରିବା ବେଳେ ଉକ୍ତ ଲୋକ କୁ ଦେଖି ଯାଞ୍ଚ କରିଥିଲେ ।ସେଥିରୁ ଗଞ୍ଜେଇ ବାହାରିଥିଲା ୮ଟି ଅଖା ରେ୧୭୭ କେଜି ଗଞ୍ଜେଇ ଜବତ କରିବା ସହ ଫାର୍ମଗୁଡ଼ା ଗ୍ରାମର ରଞ୍ଜନ ନାୟକ ୩୭କୁ ଗିରଫ କରିଛି ପୋଲିସ ।ଏନେଇ ଅଡବାଥାନା କେସ ନଂ୫୭/୨୦୨୦ ରେ ମାମଲା ରୁଜୁ କରାଯାଇଥିବା ଓଆଇସି ଆଲୋକ ରଞ୍ଜନ ଜଗଦଲା କହିଛନ୍ତି


