୧୭ ତାରିଖରେ ଚିକିତ୍ସା କାର୍ଯ୍ୟ ବାଧାପ୍ରାପ୍ତ

ରୋଗୀ ସେବା ଛାଡି ରାଜରାସ୍ତା ରେ ଦ୍ୱିତୀୟ ଭଗବାନ । ଆସନ୍ତା ୧୭ ତାରିଖରେ ସାରା ଦେଶରେ ଡାକ୍ତର ମାନେ ଧର୍ମଘଟ କରିବେ ଏନେଇ ସୂଚନା ଦେଇଛନ୍ତି ଇଣ୍ଡିଆନ ମେଡିକାଲ ଆସୋସୋସିଆନ ର ପ୍ରଦାଧିକାରୀ ଏହି ଆନ୍ଦୋଳନ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଜାରି ରହିବ ତେବେ ଏଥିରୁ ଜରୁରୀ କାଳୀନ ସେବା ପ୍ରଭାବିତ ହେବ ନାହିଁ ବୋଲି ସଂଘ ସୂଚନା ଦେଇଛି । ସୂଚନା ଅନୁସାରେ ଜୁନ ୧୦ ତାରିଖରେ କଲିକତା ର ସରକାରୀ ମେଡିକାଲ ଏନଆରଏସରେ ହସ୍ପିଟଲରେ ରୋଗୀ ମୃତ୍ୟୁ ନେଇ ଦୁଇଜଣ ଡାକ୍ତରଙ୍କୁ ମୃତକ ସମ୍ପକୀୟ ମାଡ ମାରି ଲହୁ ଲୁହାଣ କରିଥିଲେ । ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ଅଧିକାର ଦାବିନେଇ ଆନ୍ଦୋଲନ କୁ କ୍ରିୟାଶୀଳ କରିଛନ୍ତି ଡାକ୍ତର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ