୧୭.୭% ବଢିଲା ଟିସିଏସ୍ର ଚତୁର୍ଥ ତ୍ରୈମାସିକ ଶୁଦ୍ଧଲାଭ

ମୁମ୍ବାଇ, (ଏଜେନ୍ସି): ଦେଶର ସର୍ବବୃହତ୍ତ ସଫ୍ଟୱେୟାର୍ ସେବା ପ୍ରଦାନକାରୀ କମ୍ପାନୀ ଟାଟା କନ୍ସଲ୍ଟାନ୍ସୀ ସର୍ଭିସେସ୍ (ଟିସିଏସ୍)ର ଶୁଦ୍ଧ ଲାଭ ୨୦୧୯,ମାର୍ଚ୍ଚ ୩୧ସୁଦ୍ଧା ସମାପ୍ତ ହୋଇଥିବା ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ ୧୭.୭% ବୃଦ୍ଧି ପାଇ ୮,୧୨୬କୋଟି ଟଙ୍କା ରହିଛି । ଟିସିଏସ୍ ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ଏହା ପୂର୍ବ ଆର୍ଥିକ ବର୍ଷ ୨୦୧୭-୧୮ର ଚତୁର୍ଥ ତ୍ରୈମାସରେ କମ୍ପାନୀର ଶୁଦ୍ଧ ଲାଭ ୬,୯୦୪କୋଟି ଟଙ୍କା ରହିଥିଲା । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆଲୋଚ୍ୟ ତ୍ରୈମାସରେ ଏହାକୁ ବିକ୍ରିରୁ ହୋଇଥିବା ଆମଦାନୀ ୧୮.୫% ବୃଦ୍ଧି ପାଇ ୩୮,୦୧୦କୋଟି ଟଙ୍କା ହୋଇଛି । ଏହା ପୂର୍ବର ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ କମ୍ପାନୀର ସମୁଦାୟ ଆୟ ୩୨,୦୭୫କୋଟି ଟଙ୍କା ରହିଥିଲା । ଇତି ମଧ୍ୟରେ ଟିସିଏସ୍ର ନିର୍ଦ୍ଦେଶକ ମଣ୍ଡଳ ନିଜ ଶେୟାରଧାରକଙ୍କୁ ଶେୟାର ପିଛା ୧୮ଟଙ୍କାର ଲାଭାଂଶ ଦେବାକୁ ସୁପାରିଶ୍ କରିଛନ୍ତି । ଟିସିଏସ୍ ପକ୍ଷରୁ କୁହାଯାଇଛି ଯେ ସମ୍ପୂର୍ଣ୍ଣ ଆର୍ଥିକ ବର୍ଷ ୨୦୧୮-୧୯ରେ ଏହାର ଶୁଦ୍ଧ ଲାଭ ୨୧.୯% ବୃଦ୍ଧି ସହିତ ୩୧,୪୭୨କୋଟି ଟଙ୍କା ହୋଇଥିବା ବେଳେ ଏହାର ରାଜସ୍ୱ ୧୯% ବୃଦ୍ଧି ପାଇ ୧,୪୬,୪୬୩କୋଟି ଟଙ୍କା ରହିଛି । ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ର ମୁଖ୍ୟ କାର୍ଯପାଳକ ଅଧିକାରୀ (ସିଇଓ) ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ରାଜେଶ ଗୋପୀନାଥନ୍ ପରିଣାମ ସମ୍ବନ୍ଧରେ କହିଛନ୍ତି ଯେ ଆୟରେ ବୃଦ୍ଧି ଦୃଷ୍ଟିରୁ ଗତ ୧୫ ତ୍ରୈମାସରେ ସବୁଠାରୁ ଭଲ ପ୍ରଦର୍ଶନ ରହିଛି । ପୂର୍ବର ତୃତୀୟ ତ୍ରୈମାସ ତୁଳନାରେ କମ୍ପାନୀ ନିକଟରେ ଅଧିକ ଅର୍ଡ଼ର ରହିଛି । ଏଥିସହିତ ଏପରି ବୁଝାମଣାର ସଂଖ୍ୟା ମଧ୍ୟ ଅତ୍ୟନ୍ତ ଉନ୍ନତ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ