୧୮ମାସ ଧରି ପାଉଥିଲେ ଭତ୍ତା, ତ୍ରୁଟିପୁର୍ଣ୍ଣ କହି ବନ୍ଦ କଲା ପ୍ରଶାସନ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ସମସ୍ତ ପ୍ରକାର ଜାଲିଆତି ପରେ ଏବେ ଭତ୍ତା ଜାଲିଆତିର ଗୁମର ଫିଟିଛି । ଏଠାରେ ମନରେଗା ଦୁନ୍ନୀତି, ଆବାସ ଯୋଜନା ଦୁନ୍ନୀତି, ହରିଶ୍ଚନ୍ଦ୍ର ଦୁନ୍ନୀତି ପରେ ଏବେ ଭତ୍ତା ଯୋଜନାରେ ବ୍ୟାପକ ଦୁନ୍ନୀତି ସାମ୍ନାକୁ ଆସିଛି । ପୁର୍ବରୁ ମଧ୍ୟ ଭତ୍ତା ଯୋଜନାରେ ବ୍ୟାପକ ଦୁନ୍ନୀତି ହେଉଥିବା ନେଇ ବାରମ୍ବାର ଅଭିଯାଗ ହୋଇଥିଲେ ମଧ୍ୟ ପ୍ରଶାସନ ଦୁନ୍ନୀତିଗ୍ରସ୍ଥ କର୍ମଚାରୀ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୁନର୍ବାର ଏପରି ଦୁନ୍ନୀତି ହୋଇଥିବା ଆଲୋଚନା ହେଉଛି । ବିଡିଓଙ୍କ ଜାଲ ଦସ୍ତଖତ ଓ ବିନା ଅନୁମୋଦନରେ ଏହି ଭତ୍ତା ସବୁ ଦିଆଯାଇଥିବା ନେଇ ପ୍ରଶାସନ ୭୬ଜଣ ହିତାଧିକାରୀଙ୍କୁ ଜାଲ ଭତ୍ତା ଦିଆଯାଉଛି କହି ବନ୍ଦ କରାଯାଇଛି । ସୁଚନାରୁ ଜଣାଯାଇଛି ଯେ ଗତ ୨୦୨୧ ମସିହାରେ ପଞ୍ଚାୟତ ନିର୍ବାଚନ ପୁର୍ବରୁ ଅକ୍ଟୋବର ମାସରେ ବିଭିନ୍ନ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ନୁତନ ଭତ୍ତା ଯୋଗାଇ ଦିଆଯାଇଥିଲା । ଏହି କ୍ରମରେ ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ୭୦ରୁ ଉର୍ଦ୍ଧ ବୃଦ୍ଧବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କୁ ଭତ୍ତା ଦିଆଯାଇଥିଲା । ବ୍ଲକ ପକ୍ଷରୁ ନୁତନ ହିତାଧିକାରୀଙ୍କୁ ଭତ୍ତା ଖାତା ମଧ୍ୟ ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଗତ ଏପ୍ରିଲ ମାସରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ପକ୍ଷରୁ ଏହିସବୁ ଭତ୍ତା ଗୁଡିକୁ ଯାଞ୍ଚ କରାଯିବା ପରେ ଚିଠିନଂ ୨୬୭୬ ତା ୧୨/୪/୨୦୨୩ରେ ଡଅଁର ପଞ୍ଚାୟତର ୩୭ଜଣଙ୍କ ଭତ୍ତାକୁ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜଗବନ୍ଧୁ ବେହେରା, ଧିରେନ ଜେନା, ଚନ୍ଦନ ସେଠୀ, ନୃଷିହଂ ବେହେରା, ମୋହନ ନାୟକ, ଛବିରାଣୀ ରାଉତ, ଙ୍କ ଭତ୍ତା ବହିରେ ବିଡିଓଙ୍କ ଜାଲ ଦସ୍ତଖତ ହୋଇଥିବାବେଳେ ଅନ୍ୟ କିଛି ହିତାଧିକାରୀଙ୍କ ବହିରେ ବିଡିଓଙ୍କ ଦସ୍ତଖତ ନାହିଁ । ଏପରିକି ଫର ଲେଖାଯାଇ ଅନେକ ଦସ୍ତଖତ କରାଯାଇଛି । ସେହିପରି କିଛି ବୟସ ହୋଇନଥିବା ହିତାଧିକାରୀଙ୍କୁ ମଧ୍ୟ ଭତ୍ତା ଦିଆଯାଇଛି ବୋଲି ଉଲେଖ କରାଯାଇଛି । ଖାଲି ଡଅଁର ପଞ୍ଚାୟତ ନୁହଁ ଢ଼େଙ୍କା ପଞ୍ଚାୟତର ୨୯ଜଣ ଓ ହଦଗଡ ପଞ୍ଚାୟତର ୮ଜଣ ମଧ୍ୟ ଅନୁମୋଦନ କରାନଯାଇ ଭତ୍ତା ଦିଆଯାଉଥବବା ରୁ ସେମାନଙ୍କ ଭତ୍ତାସବୁକୁ ବନ୍ଦ କରାଯାଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ହିତାଧିକାରୀ ମାନେ ବ୍ଲକରେ ଆବେଦନ କରିବାପରେ ସେମାନଙ୍କୁ ବ୍ଲକ ପକ୍ଷରୁ ଭତ୍ତା ଦିଆଯାଇଥିଲା । ସେମାନେ ସବୁ ଭତ୍ତା ପାଇବାପାଇଁ ମଧ୍ୟ ହକଦାର ଅଟନ୍ତି । କିନ୍ତୁ ବିଡିଓଙ୍କ ଦସ୍ତଖତକୁ ଜାଲ କରି କିଏ ଏହାକୁ ଅନୁମୋଦନ କରିଥିଲା । ଭତ୍ତା ବହିରେ ରହିଥିବା ଦସ୍ତଖତ କାହାର । ଏହାର କୌଣସି ତଦନ୍ତ କରାଗଲା ନାହିଁ । ବିଚରା ୧୮ମାସ ଧରି ଭତ୍ତା ପାଇଥିବା ହିତାଧିକାରୀଙ୍କ ଭତ୍ତା ବନ୍ଦ ହୋଇଯିବାପରେ ହିତାଧିକାରୀ ମାନେ ଏବେ ନାନା ଅସୁବିଧାରେ କାଳ କାଟୁଛନ୍ତି । କିଏ ଔଷଧପତ୍ର ଟିକେ କିଣିବା ପାଇଁ ଭତ୍ତାକୁ ଚାହିଁ ବସିଛିତ ଆଉ କିଏ ଚଳିବାପାଇଁ ସଉଦାପତ୍ର କିଣିବାକୁ ଚାହିଁ ବସିଛି ବୋଲି ମନୋରମା ଦଣ୍ଡପାଟ,ଚନ୍ଦନ ସେଠୀ, ନୃସିହଂ ରାଉତ, ବିଣାପାଣି ରାଉତ, ଜଗବନ୍ଧୁ ବେହେରା, ବିଦୁଲତା ପହି, ମନୋରମା ଓଝା, ମଞ୍ଜୁଲତା ପହି ପ୍ରମୁଖ କହିଛନ୍ତି । ସେମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ ମଧ୍ୟ ତୁମେମାନେ ଫର୍ଜରୀ ଭତ୍ତା ପାଉଥିଲ ତେଣୁ କଟିକଲା ବୋଲି କହି ଫେରାଇ ଦେଇଛନ୍ତି । ସେମାନେ କହିଛନ୍ତି ଯେ ଆମର କଣ ଭୁଲ ରହିଲା, ଆମେ ଆବେଦନ କଲୁ, ସରକାରଙ୍କ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ମାଧ୍ୟମରେ ଭତ୍ତା ଦିଆଗଲା ଆମେ କିପରି ଜାଣିବୁ ଏହା ଫର୍ଜରୀ ବୋଲି । ଆମେ କି ଦୋଷକଲୁଯେ ଆମ ଭତ୍ତା କାଟିଦେଲେ । ଆମେ କଣ ଭତ୍ତା ପାଇବାପାଇଁ ଯୋଗ୍ୟ ନୁହଁକି ବୋଲି କହିବା ସହ ପ୍ରଶାସନ ଏହାର ତଦନ୍ତ କରି ଆମକୁ ଭତ୍ତା ଦିଅ ବୋଲି ସେମାନେ ନିବେଦନ କରିଛନ୍ତି ।