୧୮ଲିଟର ଦେଶୀମଦ ଜବତ, ଜଣେ ମହିଳା ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଧରପଗଡ ଜାରି ରହିଛି । ଏହି କ୍ରମରେ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସଦର ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ ସମୟରେ ପାରଳା ସହରର ବିଭିନ୍ନ ସ୍ଥାନ ସମେତ ଦୈନିକ ପରିବା ପଜାର ଅଞ୍ଚଳରେ ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ୧୮ଲିଟର ଦେଶୀ ମଦକୁ ଜବତ କରିଥିବାର ଜଣାପଡିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇ ମାମଲା ରୁଜୁ କରିଥିବାର ସଦର ଅବକାରୀ ଥାନା ସୂତ୍ରରୁ ପ୍ରକାଶ । ଉକ୍ତ ପେଟ୍ରୋଲିଂ ଟିମ୍‌ରେ ଭ୍ରାମ୍ୟମାଣ ଅବକାରୀ ୟୁନିଟ୍‌ର କିଶୋର ଚନ୍ଦ୍ର ରଥ ପ୍ରମୁଖଙ୍କ ସହ ସଦର ଅବକାରୀ ଟିମ୍ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ