୧୮୦ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନ ପୋଲିସକୁ ମିଳିଛି ବଡ ସଫଳତା । ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ମୋହନା ପୋଲିସ ରାତ୍ରକାଳୀନ ପେଟ୍ରେଲିଙ୍ଗ କରୁଥିବା ସମୟରେ ଭୋର ପ୍ରାୟ ୬ଘଣ୍ଟା ସମୟରେ ମୋହନା ଥାନା ଏସଆଇ ହେମନ୍ତ କୁମାର ସେଠୀ ଓ କର୍ମଚାରୀ ମୋହନାଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ନିକଟ ବାରିଆବନ୍ଧ ଗାଁ ପାଖରେ ଏକ ଲଟାବୁଦା ନିକଟରେ ସନ୍ଦେହଜନକ ଭାବେ ଛିଡା ହୋଇ ରହିଥିବା ଦେଇବାକୁ ପାଇଲେ । ତା ନିକଟରେ ୭ଗୋଟି ଜରିବସ୍ତା ରହିଥିବା ଦେଖିବାକୁ ପାଇ ଭର୍ତ୍ତିରେ ହୋଇ ରହିଥିବା ଗଞ୍ଜେଇ ବସ୍ତାକୁ ତଲାସି ନେବାରେ ସେସବୁ ଗଞ୍ଜେଇ ବସ୍ତା ବୋଲି ଜଣାପଡିଥିଲା । ସମୁଦାୟ ଗଂଜେଇର ପିରମାଣ ୧୮୦ କିଲୋ ଓ ୧ାହାର ଆନୁମାନକି ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ହେବବୋଲି ଆର.ଉଦୟଗିରି ଏସଡିପିଓ ଅଶୋକକୁମାର ମହାନ୍ତି ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି । ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ମୋହନା ଥାନା ଅଂଚଳରେ ଚୋରା ଗଞ୍ଜେଇ ବେପାରୀଙ୍କୁ ସାବାଡ କରିବା ପାଇଁ ଜୋରାଦାର ପ୍ରୟାସ ଚାଲୁ ରହିଥିବା ଚର୍ଚ୍ଚାରେ ବିଷୟ ପାଲଟିଛି । ଗଂଜେଇ ମାଫିଆ ମୋହନା ଥାନା ଅନ୍ତର୍ଗତ ଭାଲିଆଗଣ୍ଡା ଗ୍ରାମର ଥୋମାସ ନାୟକକୁ କେସ୍ ନଂ ୧୮୯/୧୯ରେ ମକଦମା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ