୧୮୦ କେଜି ଗଞ୍ଜେଇ ଜବତ, ମ୍ୟାକ୍ସପିକଅପ ସହ ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୧୮୦କେଜି ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରାପଡିଛି । ଘଟଣାରେ ସମ୍ପୃକ୍ତ ଜଣକୁ ଗିରଫ କରାଯିବା ସହ ଚାଲାଣରେ ବ୍ୟବହୃତ ଏକ ମ୍ୟାକ୍ସ ପିକଅପ ଭ୍ୟାନକୁ ଜବତ ମଧ୍ୟ କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ ତତ୍ୱାବଧାନରେ ହୋଇଥିବା ଏହି ଚଢଉରେ ପାରଳାଖେମୁଣ୍ଡି ସଦର ନିରୀକ୍ଷକ ବାଳକୃଷ୍ଣ ପରିଡା ଓ ଆର୍‌.ଉଦୟଗିରି ଉପନିରୀକ୍ଷକ ବିଙ୍ଗରାଜ ଦାମୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆର୍‌.ଉଦୟଗିରି ଥାନା ଶବରପଲ୍ଲୀ ଛକ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥଳକୁ ଚଢଉ କରାଯାଇଥିଲା । ଏହି ଚଢଉରେ ଓଆର ୦୨ଏସି ୮୨୧୮ ନମ୍ବର ବିଶିଷ୍ଟ ମ୍ୟାକ୍ସପିକଅପ ଭ୍ୟାନରୁ ୧୮୦କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଅନୁଗୁରୁ ଲାଟିଙ୍ଗି ଗ୍ରାମର ମୋହନ ମଣ୍ଡଳ (୨୩) ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବାର ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ଚଢଉରେ ଅବକାରୀ ବିଭାଗର ଏସ୍‌ଆଇ ଘନଶୟାମ ଜେନା, କନେଷ୍ଟବଳ କିସୋର ଘଡାଇ, ହର ପ୍ରିୟାଦେବୀ, ସୁଶୀଲ ଗଣ୍ଠିଆ, ପ୍ରଭାତ କୁମାର ନାଗବଂଶ ପ୍ରମୁଖ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ