୧୯୯୨-୯୪ ବ୍ୟାଚ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଓ ଗୁରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲ୍ସ କଲେଜର ୧୯୯୨-୯୪ ବ୍ଯାଚ +୨ ବିଜ୍ଞାନ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବୁଗୁଡା ବ୍ଳକ ଅନ୍ତର୍ଗତ ଅନ୍ତରପଡା ମା”ଶାଙ୍କୁଳାଇ ପୀଠ କଲ୍ୟାଣ ମଣ୍ଡପରେ ଦିର୍ଘ ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି। ଏହି ପୁରାତନ ଛାତ୍ରଛାତ୍ରୀ ଗୃପର ସଭାପତି ପିତାମ୍ବର ଗୌଡଙ୍କ ପୌରହିତରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜ ଅଧ୍ୟକ୍ଷ ରଜନୀକାନ୍ତ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର ଓ ଡ଼ଃ ବୃନ୍ଦାବନ ନାୟକ, ଅଧ୍ୟାପକ ହରେକୃଷ୍ଣ ନାୟକ, ଅଧ୍ଯାପିକା ସୁଚିତ୍ରା ପଟନାୟକ, ଅବସରପ୍ରାପ୍ତ ଡେମନଷ୍ଟ୍ରଟର ଭଗବାନ ସ୍ବାଇଁ, ବିଜେନ୍ଦ୍ର ଉପାଧ୍ୟାୟ ଓ ନରହରି ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁରାତନ ଛାତ୍ର ତଥା ଆବାହକ କୁଞ୍ଜ ବିହାରୀ ପ୍ରଧାନ କାର୍ଯ୍ୟକ୍ରମର ଉଦେଶ୍ୟ ପ୍ରକାଶ କରିଥିବ ବେଳେ ସମ୍ପାଦିକା ସୁନିତା ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିସହ ସମସ୍ତ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ ସାଙ୍ଗକୁ ଅଧ୍ଯୟନ ସମୟର ଅନୁଭୂତି ପ୍ରକାଶ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ନିମନ୍ତ୍ରିତ ଗୁରୁଗଣଙ୍କୁ ଫୁଲ, ଚନ୍ଦନ ଓ ବନ୍ଦାପନା କରି ଆନ୍ତରିକତାର ସହିତ ସ୍ବାଗତ କରି ସମ୍ବର୍ଦ୍ଧନା ସ୍ଥଳକୁ ପାଛୋଟି ନେଇ ସେଠାରେ ମାନପତ୍ର, ଉପଢୌକନ ଓ ଉପହାର ଅର୍ପଣ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରି ପୁରାତନ ଛତ୍ରଛାତ୍ରୀ ବୃନ୍ଦ ଗୁରୁମାନଙ୍କ ପଦସ୍ପର୍ଶ କରି ଆଶୀର୍ବାଦ ଭିକ୍ଷା କରିଥିଲେ।ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ସେମାନଙ୍କ ବକ୍ତବ୍ୟରେ ପୁରାତନ ୧୯୯୨-୯୪ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସୁବ୍ୟବସ୍ଥିତ ଉକ୍ତ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଅନ୍ଯପକ୍ଷରେ ପୁରାତନ ଛାତ୍ରଛାତ୍ରୀ ବୃନ୍ଦଙ୍କ ପକ୍ଷରୁ ମୋ କଲେଜ ଅଭିଯାନ ପାଣ୍ଠିର ଅଭିବୃଦ୍ଧି ପାଇଁ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ। ଦିର୍ଘ ୨୮ ବର୍ଷ ପରେ ଏଭଳି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନମସ୍ଯ ଗୁରୁଜୀ ବୃନ୍ଦଙ୍କ ଉପସ୍ଥିତି ଯୋଗୁଁ ପୁରାତନ ଛାତ୍ରଛାତ୍ରୀ ବୃନ୍ଦ ଧନ୍ୟ ହୋଇପାରିଥିବା ପ୍ରକାଶ କରି ପୁରାତନ ଛାତ୍ର ସୁରେନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅର୍ଣ୍ଣଦା ପ୍ରସାଦ ଦାସ, ସନ୍ତୋଷ କୁମାର ସେଠୀ, ଲକ୍ଷ୍ମୀନୃସିଂହ ପଣ୍ଡା, ବୁଲୁ ପୃଷ୍ଟି, ମୀନକେତନ ଜେନା, ପ୍ରଞ୍ଜାପରମିତା ପ୍ରଧାନ, ସନ୍ଧ୍ୟା ରାଣୀ ଦୋରା, ସରସ୍ବତୀ ଦୋରା, ସରୋଜ କୁମାର ଦାସ, କୋକୋ ଭୋଳ, ସତ୍ୟନାରାୟଣ ପାତ୍ର, କେ.ବିରେନ କୁମାର ପାତ୍ର, ନାରାୟଣ ସ୍ବାଇଁ, ଅଶ୍ବିନୀ କୁମାର ସାହୁ ସମେତ ସମସ୍ତ ଛାତ୍ରଛାତ୍ରୀଙ୍କ ପରିବାର ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।


