ବିରଞ୍ଚିପୁର ସୋସାଇଟିରେ ଧାନମଣ୍ଡିର ଶୁଭାରମ୍ଭ

ବୁଗୁଡ଼, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବିରଞ୍ଚିପୁର ସେବା ସମବାୟ ସମିତି ପକ୍ଷରୁ ସରକାରୀ ଧାନ ସଂଗ୍ରହଣ କେନ୍ଦ୍ରରେ ଡିସେମ୍ବର ୨୫ ତାରିଖ ଦିନ ଧାନ କ୍ରୟର ଶୁଭାରମ୍ଭ ହୋଇଯାଇଛି। ବିରଞ୍ଚିପୁର ସେବା ସମବାୟ ସମିତି ର ସମ୍ପାଦକ ଜଟେଶ୍ଵର ନାୟକଙ୍କ ତତ୍ତ୍ୱାବଧାନରେ ଧାନ କ୍ରୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାପତି ମଧୁସୂଦନ ସାହୁ, ସମିତି ନିର୍ଦ୍ଦେଶକ ରାମଚନ୍ଦ୍ର ନାୟକ, ଜଟେଶ୍ୱର ବିଷୋୟୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ସରକାରୀ ଧାନ କ୍ରୟ ଆରମ୍ଭ ହେବା ଫଳରେ ଧାନର ଅଭାବି ବିକ୍ରୀ ବନ୍ଦ ହୋଇପାରିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ