୧୯୯୪ ବ୍ୟାଚର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକ ଶିଖର ପଂଚାୟତସ୍ଥିତ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ପ୍ରଥମେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭଗବାନ ଦାସଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଉକ୍ତ ବ୍ୟାଚର ଛାତ୍ର ସଂଜୟ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଶିକ୍ଷକ ନିଲୁରାମ ଜେନା, ଭ୍ରମବର ପରିଜା ଓ ବର୍ତମାନ ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣଙ୍କୁ ପୁଷ୍ପଗୁଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ୭୪ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କିପରି ବିଦ୍ୟାଳୟ ଉନ୍ନତି କରାଯାଇପାରିବା ଆଲୋଚନ କରିବା ସହିତ ପାଠ ପଢିବା ସମୟ ସ୍ମୃତିକୁ ରୋମନ୍ଥନ କରିଥିଲେ । ଶେଷରେ ଉକ୍ତ ଛାତ୍ରଛତ୍ରୀମାନଙ୍କ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯିବା ସହିତ ଅନାଥ ଆଶ୍ରମରେ ଥିବା ପିଲାମାନଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁନାକର ସେଠୀ,ପ୍ରକାଶ ଜେନା,ଭାଗବତ ମହାପାତ୍ର, ଆଶୁତୋଷ ସ୍ୱାଇଁ,ଆଲୋକ ପରିଡା,ମଂଜୁଲତା ଜେନା,ରିନା ବେହୁରା,ମାନସ ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ