୧୯୯୭ ମାଟ୍ରିକ ବ୍ୟାଚ ବଂଧୁମିଳନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ସ୍ଥିତ ଶୁକଦେଵ ଜେନା ଉଚ୍ଚ ବିଦ୍ୟାଳୟର ୧୯୯୭ ବ୍ୟାଚ ମ୍ୟାଟ୍ରିକ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ସଦାନନ୍ଦ ସାହୁଙ୍କ ସଂଯୋଜନାରେ ନିକଟ କଇଁସିରା ଗ୍ରାମ୍ୟ ଜଙ୍ଗଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ରମାକାନ୍ତ ସେନାପତି, ଜୟନ୍ତ ମଲ୍ଲିକ, ପ୍ରକାଶ ସାହୁ, ବନିତା ମହାନ୍ତି, ସୁଶାନ୍ତି ବେହେରା, ଲକ୍ଷ୍ମୀପ୍ରିୟା ନାୟକ, କମଳିନୀ ରାଉତ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତିକୁ ବଖାଣିଥିଲେ । ଏହାଛଡା ସମୟର ସ୍ରୋତରେ ବିଦ୍ୟାଳୟର ଗୌରବ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁଶାସନକୁ ସମସ୍ତେ ମନେ ରଖିଥିବା କଥାକୁ ମଧ୍ୟ ପୂରାତନ ଛାତ୍ରଛାତ୍ରୀ ମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ତ୍ରିପାଠୀ, ଅଜୟ ମଲ୍ଲିକ, ବୁଲୁରାମ ପରିଡା, ଦିଲ୍ଲୀପ ମିଶ୍ର, କମଳିନୀ ରାଉତ, କନକ ଲତା ପଣ୍ଡା, ସସ୍ମିତା ମିଶ୍ର, ରିନାରାଣୀ ପରିଡା, ପଦ୍ମାରାଣୀ ଲେଙ୍କା, ଅହଲ୍ୟା ନାଥ, ଜୟନ୍ତୀ ସ୍ୱାଇଁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ରାଜକିଶୋର ସେଠୀ ସ୍ୱାଗତ ଭାଷଣ ଓ ଗଣେଶ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।