୧.ଠ୬ ଲକ୍ଷ କୋଟି ଜିଏସ୍ଟି ଆଦାୟ

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ବର୍ଷ ୨୦୧୮-୧୯ରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ଅଧିନରେ ଆନୁମାନିକ ମାସିକ ରାଜସ୍ୱ ସଂଗ୍ରହରେ ବୃଦ୍ଧି ଘଟିଛି । ଏହା ୯୮,୧୧୪କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ଆର୍ଥିକ ୨୦୧୭-୧୮ ତୁଳନାରେ ୯.୨% ଅଧିକ । ସରକାରଙ୍କ ଦ୍ୱାରା ଆର୍ଥିକ ବର୍ଷରେ ବିଭିନ୍ନ ଦ୍ରବ୍ୟ ଏବଂ ସେବାରେ କର ହାରରେ ହ୍ରାସ୍ କରାଯିବା ପରେ ଆନୁମାନିକ ଜିଏସ୍ଟି ସଂଗ୍ରହରେ ୯%ରୁ ଊଦ୍ଧ୍ୱର୍ ବୃଦ୍ଧି ଦାଏର କରାଯାଇଛି । ସରକାରଙ୍କ ଦ୍ୱାରା ସୋମବାର ଜାରି ଆକଳନ ଅନୁୂସାରେ ମାର୍ଚ୍ଚ ୨୦୧୯ରେ ସମୁଦାୟ ରାଜସ୍ୱ ସଂଗ୍ରହ ୧,୦୬,୫୭୭କୋଟି ଟଙ୍କା ରହିଛି । ଯାହାକି ଜିଏସ୍ଟି ବ୍ୟବସ୍ଥା ଆରମ୍ଭ ହେବା ପରେ ଏଯାବତ୍ର ସର୍ବାଧିକ ଆକଳନ । ମାର୍ଚ୍ଚ ୨୦୧୮ରେ ସମୁଦାୟ ଜିଏସ୍ଟି ସଂଗ୍ରହ ୯୨,୧୬୭କୋଟି ଟଙ୍କା ରହିଥିଲା । ଏହି ପ୍ରକାରରେ ଏଥିରେ ୧୫.୬୩% ବୃଦ୍ଧି ଦାଏର କରାଯାଇଛି । ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ମାର୍ଚ୍ଚ ୨୦୧୯ରେ ୨୦,୩୫୩କୋଟି ଟଙ୍କା କେନ୍ଦ୍ରୀୟ ଜିଏସ୍ଟି୨୭,୫୨୦କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ୫୦,୪୧୮କୋଟି ଟଙ୍କାର ଏକିକୃତ ଜିଏସ୍ଟି ଓ ୮୨୮୬କୋଟି ଟଙ୍କାର ଉପକର ଭାବେ ପ୍ରାପ୍ତ ହୋଇଛି । ଏକିକୃତ ଜିଏସ୍ଟିରେ ୨୩,୫୨୧କୋଟି ଟଙ୍କା ଓ ଉପକରରେ ୮୯୧କୋଟି ଟଙ୍କା ଆମଦାନୀରୁ ପ୍ରାପ୍ତ ହୋଇଛି । ସେଟେଲ୍ମେଣ୍ଟ ପରେ ମାର୍ଚ୍ଚ ୨୦୧୯ରେ କେନ୍ଦ୍ର ସରକାରଙ୍କ ସମୁଦାୟ ରାଜସ୍ୱ ୪୭,୬୧୪ କୋଟି ଟଙ୍କା ଓ ରାଜ୍ୟ ସରକାରଙ୍କ ରାଜସ୍ୱ ୫୧,୨୦୯ କୋଟି ଟଙ୍କା ରହିଛି । ଏକୀକୃତ ଜିଏସ୍ଟି ମଧ୍ୟରୁ କେନ୍ଦ୍ରକୁ ୧୭,୨୬୧ କୋଟି ଟଙ୍କା ଓ ରାଜ୍ୟକୁ ୧୩,୬୮୯ କୋଟି ଟଙ୍କା ସ୍ଥାୟୀ ସେଟେଲମେଣ୍ଟ ଭାବେ ଦିଆଯାଇଛି । ଏହାବ୍ୟତୀତ ଶେଷ ରାଶି ମଧ୍ୟରୁ କେନ୍ଦ୍ରକୁ ୧୦ ହଜାର କୋଟି ଟଙ୍କାର ଓ ରାଜ୍ୟକୁ ୧୦ହଜାର କୋଟି ଟଙ୍କାର ଅସ୍ଥାୟୀ ସେଟେଲ୍ମେଣ୍ଟ ଭାବେ ଦିଆଯାଇଛି । ଫେବ୍ରୁଆରୀ ୨୦୧୯ ପାଇଁ ଗତ ମାର୍ଚ୍ଚ ୩୧ସୁଦ୍ଧା ସମୁଦାୟ ୭୫ଲକ୍ଷ ୯୫ହଜାର ଜିଏସ୍ଟିଆର୍-୩ବି ଫର୍ମ ପୁରଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ