୧.୬ଲକ୍ଷରୁ ଊଦ୍ଧ୍ୱର୍ ଭାରତୀୟଙ୍କ ଆକାଉଣ୍ଟ ହଟାଇଲା ହେଲୋ
ନୂଆଦିଲ୍ଲୀ, (ଏଜେନ୍ସି): ହେଲୋ ପକ୍ଷରୁ ଗୋଷ୍ଠୀ ଦିଶାନିର୍ଦେଶ (କମ୍ୟୁନିଟି ଗାଇଡ଼ଲାଇନ୍) ଉଲ୍ଲଂଘନ କରିଥିବା ୧.୬ଲକ୍ଷରୁ ଊଦ୍ଧ୍ୱର୍ ଆକାଉଣ୍ଟ ହଟାଯାଇଛି । ଏଥିସହ ୫ ନିୟୁତରୁ ଅଧିକ ପୋଷ୍ଟକୁ ପ୍ରତ୍ୟାହାର କରି ନିରାପତା ପ୍ରତିବଦ୍ଧତାକୁ ମଜବୁତ୍ କରାଯାଇଛି । ହେଲୋରେ ପୋଷ୍ଟ ହୋଇଥିବା ସମସ୍ତ ଖବର ମଧ୍ୟରୁ ମାତ୍ର ୦.୦୭%ରେ ମିଥ୍ୟା ଖବର ସମ୍ପର୍କିତ ତଥ୍ୟ ଥିଲା । ଯାହାକୁକି ତୁରନ୍ତ ଚିହ୍ନଟ କରି ପ୍ରତ୍ୟାହାର କରାଯାଇଥିଲା । ମେସିନ୍ ଲର୍ଣ୍ଣିଂ ଏବଂ କନ୍ଣ୍ଟେଟ୍ ମଡରେଟରମାନଙ୍କ ମିଶ୍ରଣରେ ହେଲୋ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କନ୍ଣ୍ଟେଟ୍ ମଡରେଟର୍ମାନଙ୍କ ଏକ ସୁଦୃଢ଼ ଟିମ୍ ସବୁ ପୋଷ୍ଟ୍ ଏବଂ ଆକାଉଣ୍ଟର ସମୀକ୍ଷା କରି ଆପତ୍ତିଜନ୍ନକ ବିଷୟଗୁ୍ଡ଼ିକୁ ଚିହ୍ନଟ କରିବା ସହ ସେଗୁଡ଼ିକୁ ପ୍ରତ୍ୟାହାର କରୁଛନ୍ତି । ଏହି ପ୍ଲାଟଫର୍ମରେ ୧୪ଟି ଭାରତୀୟ ଭାଷାରେ କନ୍ଣ୍ଟେଟ୍ ପୋଷ୍ଟ୍ କରାଯାଉଥିବା ବେଳେ ଏହି ଟିମ୍ ସମସ୍ତ ଖବର ଉପରେ ନଜର ରଖିଛି । ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ହେଲୋ ପକ୍ଷରୁ ଅଲ୍ଟ ନିଉଜ୍ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ନିର୍ବାଚନୀ ଋ୍ତୁରେ ହେଲୋ ପକ୍ଷରୁ ଭାରତୀୟ ନିର୍ବାଚନ କମିସନଙ୍କ ପାଖରେ ପହଞ୍ôଚ ନିର୍ବାଚନ ଆଚରଣବିଧି ପାଳନ କରିଛି । ଏହି ନିର୍ବାଚନ ଦିବସରେ ବ୍ୟବହାରକାରୀମାନେ ଯାହା କିଛି ପୋଷ୍ଟ କରୁଛନ୍ତି, ତାହାକୁ ନେଇ ସତର୍କ ରହିବା ପାଇଁ ବ୍ୟବହାରକାରୀଙ୍କ ନିମନ୍ତେ ହେଲୋ ପକ୍ଷରୁ ପିଏସ୍ଏ ଇନ୍ ଆପ୍ର ପ୍ରଚଳନ କରାଯାଇଛି । ହେଲୋରେ ବ୍ୟବହାରକାରୀଙ୍କ ନିରାପତାକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଉଥିବା କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କୌଣସି ବି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମିଥ୍ୟା ଖବର ଏବଂ ମିଥ୍ୟା ତଥ୍ୟ ସମସ୍ୟାରୁ ମୁକ୍ତ ନୁହେଁ, ତଥାପି ଯେଉଁ ପରିମାଣର ଆକାଉଣ୍ଟ ଏବଂ ପୋଷ୍ଟ୍କୁ ପ୍ରତ୍ୟାହାର କରାଯାଉଛି ତାହା କମ୍ପାନୀର ମଡରେଟର ଦକ୍ଷତାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରୁଛି । ହେଲୋର ଏଆଇ ଶକ୍ତି ଭିତ୍ତିକ ଭିଜୁଆଲ୍ ପ୍ଲାଟଫର୍ମ ସ୍ୱତନ୍ତ୍ର ଭାବେ ଭାରତୀୟ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ଦ୍ୱାରା ବ୍ୟବହାରକାରୀମାନେ ବନ୍ଧୁ ସୃଷ୍ଟି କରିବା ସହିତ ମେସେଜ, ଜୋକ୍ସ୍ ପୋଷ୍ଟ, ଷ୍ଟାଟସ୍ ଅପ୍ଡେଟ୍ କରିବା ସହିତ ଶୁଭେଚ୍ଛା ବାର୍ତ୍ତା ଓ ସାୟରି ଆଦି ସେୟାର କରୁଛନ୍ତି । ଏଥିସହ ବଲିଉଡ୍ ଅପ୍ଡେଟ୍ ମଧ୍ୟ ପାଇବାରେ ସଫଳ ହେଉଛନ୍ତି ।


