୨ଠଠ ଟଙ୍କା ବଢ଼ିଲା ସୁନା

ନୂଆଦିଲ୍ଲୀ, (ଏଜେନ୍ସି) : ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ବୃଦ୍ଧି ଯୋଗୁଁ ଏହାର ଦାମ ମହଙ୍ଗା ହୋଇଛି । ଯଦ୍ୱାରା ଶୁକ୍ରବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୨୦୦ଟଙ୍କା ମହଙ୍ଗା ହୋଇ ୩୩,୨୭୦ ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ବଢ଼ିବା ଯୋଗୁଁ ରୁପା କିଲୋପ୍ରତି ୧୨୦ଟଙ୍କା ବୃଦ୍ଧିରେ ୩୯,୧୦୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରରେ ଚାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୮.୧୨ ଡଲାର ବୃଦ୍ଧିରେ ୧,୨୯୩.୮୫ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ଆଉନ୍ସ ପ୍ରତି ୭.୭୦ ଡଲାର ବୃଦ୍ଧିରେ ୧,୨୯୩.୮୦ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୧୨% ଡଲାର ବୃଦ୍ଧିରେ ୧୫.୧୨ଡଲାରରେ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ