୨ଠ୧୯-୨ଠରେ ଭାରତର ବିକାଶ ହାର ୭.୩% ରହିବ: ମୁଡ଼ିଜ୍

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ହାର ୭.୩% ରହିବାର ସମ୍ଭାବନା ଥିବା କ୍ରେଡ଼ିଟ୍ ରେଟିଂ ଏଜେନ୍ସି ମୁଡ଼ିଜ୍ ଶୁକ୍ରବାର ପ୍ରକାଶ କରିଛନ୍ତି । ମୁଡ଼ିଜ୍ ପକ୍ଷରୁ କୁହାଯାଇଛି ଯେ ବିଶ୍ୱସ୍ତରୀୟ ବିନିର୍ମାଣ ବ୍ୟାପାରର ବୃଦ୍ଧି ହାର ମନ୍ଥର ହେବା ଯୋଗୁଁ ଅନ୍ୟ ପ୍ରମୁଖ ଏସିଆନ୍ ଅର୍ଥବ୍ୟବସ୍ଥା ଓ ବିକାସଶୀଳ ଅର୍ଥବ୍ୟବସ୍ଥା ତୁଳନାରେ ଭାରତ ସମ୍ମୁଖରେ ଅପେକ୍ଷାକୃତ କମ୍ ସମସ୍ୟା ରହିଛି । ଏହି ରେଟିଂ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଦେଶ ଆସନ୍ତା ୨ବର୍ଷ ମଧ୍ୟରେ ଅପେକ୍ଷାକୃତ ସ୍ଥିର ଗତିରେ ବୃଦ୍ଧି କରିବ । ଏଜେନ୍ସି ୨୦୧୯ ଓ ୨୦୨୦ ପାଇଁ ତ୍ରୈମାସିକ ବିଶ୍ୱସ୍ତରୀୟ ସୁକ୍ଷ୍ମ ପରିଦୃଶ୍ୟରେ କହିଛି ଯେ ଉଭୟ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ପାଖାପାଖି ୭.୩୦% ହାରରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ମୁଡ଼ିଜ୍ ଆର୍ଥିକ ବୃଦ୍ଧିର ପୂର୍ବାନୁମାନ ଆକଳନ କ୍ୟାଲେଣ୍ଡର ବର୍ଷ ଆଧାରରେ କରିଥାଏ । ତେବେ ଭାରତ ଆର୍ଥିକ ବୃଦ୍ଧିର ଗଣନା ଆର୍ଥିକ ବର୍ଷ ଆଧାରରେ କରିଥାଏ । ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ୨୦୧୯-୨୦ର ଅନ୍ତରିମ ବଜେଟ୍ରେ ଚାଷୀଙ୍କ ପାଇଁ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତରଣ କାର୍ଯ୍ୟକ୍ରମ ତଥା ମଧ୍ୟମ ବର୍ଗକୁ କର ଆଶ୍ୱସ୍ତିର ଘୋଷଣା ଦ୍ୱାରା ଜିଡ଼ିପିର ଅଭିବୃଦ୍ଧି ହାର ପାଖାପାଖି ୦.୪୫% ବୃଦ୍ଧି ହେବ । ସେହିପରି ଏହି ପଦକ୍ଷେପ ଦ୍ୱାରା ରାଜସ୍ୱ କ୍ଷତି ପରେ ମଧ୍ୟ ନିକଟ ଭବିଷ୍ୟତରେ ବ୍ୟବହାର ବଢ଼ିବା ଦ୍ୱାରା ଆର୍ଥିକ ବୃଦ୍ଧିକୁ ସମର୍ଥନ ମିଳିବ ବୋଲି ମୁଡ଼ିଜ୍ ପକ୍ଷରୁ କୁହାଯାଇଛି । ସେ କହିଛନ୍ତ ଯେ ରିଜର୍ଭ ବ୍ୟାଙ୍କ୍ର ଗତ ବର୍ଷ କିଛି କଠୋରତା ପୂର୍ଣ୍ଣ ପଦକ୍ଷେପ ପରେ ମହଜୁଦ୍ ମୁଦ୍ରାନୀତିର ସ୍ଥିତି ବଳବତ୍ତର ରଖିବାରେ ସକ୍ଷମ ରହିବାର ଅନୁମାନ କରାଯାଇଛି । ମୁଡ଼ିଜ୍ ବ୍ୟାଙ୍କ୍ କ୍ଷେତ୍ର ସମ୍ବନ୍ଧରେ କହିଛନ୍ତି ଯେ ସମୁଦାୟ ବ୍ୟାଙ୍କିଂ ପ୍ରଣାଳୀରେ ସୁଧାର ହେଉଛି । ହେଲେ ଏବେ ବି ଏହା ଅର୍ଥବ୍ୟବସ୍ଥା ଉପରେ ବୋଝ ସଦୃଶ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ