୨ଠ୨୪ ଠାରୁ ବିକ୍ରି ହେବ ଇଲେକ୍ଟ୍ରିକ୍ ର୍ଥୀ-ହ୍ୱିଲର୍ସ

ମୁମ୍ବାଇ, (ଏଜେନ୍ସି): ନୀତି ଆୟୋଗର ସିଇଓ ଅମିତାଭ୍ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପ୍ୟାନେଲ୍ ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ଚରଣବଦ୍ଧ ଭାବେ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ତିନି ଚକିଆ ଓ ଦୁଇ ଚକିଆ ଗ୍ରହଣ କରିବାକୁ ସୁପାରିଶ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଟ୍ରାନ୍ସଫର୍ମେଟିଭ ମୋବିଲିଟି ଉପରେ ଷ୍ଟିୟରିଂ କମିଟି ଏଠାରେ ଇଲେକ୍ଟ୍ରିକ ଯାନର ମାନ୍ୟୁଫାକ୍ଚରିଂ ହବ୍ ଗଠନ କରିବା ପାଇଁ ମାର୍ଚ୍ଚ ୩୧, ୨୦୨୩ ଠାରୁ ଭାରତୀୟ ସଡ଼କରେ ଇଣ୍ଟରନାଲ୍ କମ୍ବିଶନ୍ ଇଞ୍ଜିନ (ଆଇସିଇ) ଯୁକ୍ତ ସମସ୍ତ ତିନି ଚକିଆ ଓ ମାର୍ଚ୍ଚ ୩୧, ୨୦୨୫ ଠାରୁ ୧୫୦ସିସିରୁ କମ୍ କ୍ଷମତା ବିଶିଷ୍ଟ ସମସ୍ତ ଦୁଇ ଚକିଆ ଯାନରେ ଅଙ୍କୁଶ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଅଧିକାରୀଙ୍କ ଅନୁସାରେ କଟ୍-ଅଫ୍ ଡେଟ୍ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବ୍ୟାପକ ସ୍କ୍ରାପିଂ ପଲିସି ଓ ପଲ୍ୟୁଟର୍ ପେଜ୍ ମଡ଼େଲ୍ରେ ନିର୍ଭର କରିବ । ଉଲ୍ଲେଖନୀୟ ଯେ ଦେଶରେ ବିକ୍ରି ହେଉଥିବା ୭୮% ଯାନ ଦୁଇ ଚକିଆ ଓ ତିନି ଚକିଆ ହୋଇଥାଏ । ଅଧିକାରୀଙ୍କ ଅନୁସାରେ କମିଟି ଫେମ୍ ୨ ଯୋଜନା ଅଧିନରେ ଇଲେକ୍ଟ୍ରିକ୍ ୩ଚକିଆ ପାଇଁ ସବ୍ସିଡ଼ିକୁ ଦୁଇଗୁଣା କରି ପ୍ରତି କିଲୋୱାଟ୍ ଆୱାର ୨୦ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯଦ୍ୱାରା ଇଲେକ୍ଟ୍ରିକ୍ ୩ଚକିଆର ମୂଲ୍ୟ ଆଇସିଇ ୩ଚକିଆର ସଦୃଶ୍ୟ ହୋଇଯିବ । ନୀତି ଆୟୋଗର ପଲ୍ୟୁଟର୍ ପେଜ୍ ସିଦ୍ଧାନ୍ତ ଅଧିନରେ ଆଇସିଇ ଯାନ ଉପରେ ଏକ ଶୁଳ୍କ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଏଥିରୁ ଜମା ହେଉଥିବା ରାଶିର ବ୍ୟବହାର ଇଲେକ୍ଟ୍ରିକ ବାହାନ, ଚାର୍ଜିଂ ଇନ୍ଫ୍ରାଷ୍ଟ୍ରକଚ୍ର ଓ ଅତିକମ୍ରେ ଏକ ଗୀଗାୱାଟ୍ କ୍ଷମତା ଯୁୂକ୍ତ ବ୍ୟାଟେରୀ ସଂୟନ୍ତ୍ରର ସ୍ଥାପନାରେ ରିହାତି ଦେବାରେ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ