୨ଠ ହଜାରରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନକାରୀଙ୍କୁ ନୋଟିସ
ନୂଆଦିଲ୍ଲୀ, (ଏଜେନ୍ସି): ସମ୍ପତ୍ତି ପଞ୍ଜିକରଣରେ ଧାର୍ଯ୍ୟ ନିୟମରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନକାରୀଙ୍କୁ ଆୟକର ବିଭାଗ ନୋଟିସ ପଠାଇବା ଆରମ୍ଭ କରିଛି । ସୂଚନାନୁସାରେ ବିଭାଗ ଏପରି ପାଖାପାଖି ୨୭ହଜାର ଲୋକଙ୍କ ଚିହ୍ନଟ କରିଛି ।୧ଆୟକର ଯାଞ୍ଚ୍ରେ ୨୬,୮୩୦ମାମଲା ସମ୍ମୁଖକୁ ଆସିଛି । ପାଖାପାଖି ୭ହଜାର କୋଟିରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନ ହୋଇଛି । ସମସ୍ତ ମାମଲା ଆର୍ଥିକ ବର୍ଷ ୨୦୧୮-୧୯ରେ ହୋଇଛି । ଅନ୍ୟପକ୍ଷରେ ୫ଲକ୍ଷରୁ ଊଦ୍ଧ୍ୱର୍ କ୍ୟାସ୍ ନେଣଦେଣ ପାଖାପାଖି ୧୦ହଜାର ମାମଲା ସମ୍ମୁଖକୁ ଆସିଛି । ଆଇଟି ଆକ୍ଟ ଧାରା ୨୭୧ ଅନୁସାରେ କ୍ୟାସ୍ ସମାନ ଜରିମାନା ଲାଗିପାରେ । ସମ୍ପତ୍ତି ପଞ୍ଜିକରଣରେ ୨୦ହଜାରରୁ ଅଧିକ କ୍ୟାସ୍ ନେଣଦେଣରେ କଟକଣା ରହିଛି । ଦିଲ୍ଲୀରେ ପାଖାପାଖି ୨ହଜାର ଓ ହାଇଦ୍ରାବାଦର ୧୭୦୦ ମାମଲା ସମ୍ମୁଖକୁ ଆସିଛି । ଯଦି ୨୦ହଜାରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନ କରିଛନ୍ତି ତେବେ ଅସୁବିଧାରେ ଫଶିପାରନ୍ତି । କାହିଁକି ନା ଆୟକର ବିଭାଗ ସେମାନଙ୍କ ଉପରେ ଜରିମାନା ଲଗାଇପାରନ୍ତି । ଆୟକର ବିଭାଗର ଧାରା ୨୬୯ଏସ୍ଏସ୍, ୨୬୯ଟି ଅଧିନରେ ଯଦି କେହି ୨୦ହଜାରୁ ଊଦ୍ଧ୍ୱର୍ କ୍ୟାସ୍ ଟ୍ରାଞ୍ଜାକସ୍ନ କରନ୍ତି ତେବେ ତାଙ୍କୁ ସେତିକି ପରିମାଣର ଜରିମାନା ଦେବାକୁ ହେବ । ୨୦ହଜାରରୁ ଊଦ୍ଧ୍ୱର୍ କ୍ୟାସ୍ ନେଣଦେଣରେ ଆୟକର ବିଭାଗ ଅନେକ ପ୍ରକାରର ନିୟମ ପ୍ରସ୍ତୁତ କରିଛି । ଯେପରି କ୍ୟାସ୍ରେ ଲୋନ୍ ନେବା-ଦେବା, ଆଡ଼ଭାନ୍ସ ଦେବା, ଡିପୋଜିଟ୍ ନେଣ-ଦେଣ ବେଆଇନ୍ ବୋଲି ଉଲ୍ଲେଖ କରାଯାଇଛି ।