୨୦ନଂ ଜୋନର ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଛତ୍ରପୁର, (ଦେବଦତ୍ତ ମହାରଣା) :-୨୦ ନଂ ଜୋନ୍ ଜିଲାପରିଷଦ ବିଜେପି ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କ ଆଜି ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନହିତକର ଯୋଜନା ବିକାଶମୂଳକ ପରିକଳ୍ପନାକୁ ସାଧାରଣ ଜନତାଙ୍କ ନିକଟରେ ପହଂଚାଇବା ସହିତ ଦଳୀୟ ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କ ସପକ୍ଷରେ ମତଦାନ ପାଇଁ ଜୋନ ର ଅଧୀନରେ ଥିବା ସମସ୍ତ ପଂଚାୟତ ର ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ପ୍ରଶାନ୍ତ କୁମାର କର, ବରିଷ୍ଠ ନେତା ଡାକ୍ତର ସୁବାସ ସାହୁ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଶ୍ରମିକ ନେତା ପି. ଲମ୍ବୋଦର ରେଡ୍ଡି, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, କେ. ରଘୁନାଥ ରେଡ୍ଡିଙ୍କ ସମେତ ବହୁ ଦଳୀୟ ସମର୍ଥକ ମାନେ ଘରକୁ ଘର ବୁଲି ୨୦ ନଂ ଜୋନ୍ ପ୍ରାର୍ଥୀ ଏନ୍‌. ଦିନବନ୍ଧୁଙ୍କୁ ଦଳୀୟ ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ନିମନ୍ତେ ସେମାନେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । କଣମଣା, ଆର୍ଯ୍ୟପଲ୍ଲୀ, ଅଗସ୍ତି ନୂଆଗାଁ, ଚିକଲଖଣ୍ଡି, କାଳିପଲ୍ଲୀ ଓ ପୋଡାପଦର ପଂଚାୟତ ୨୦ ନଂ ଜୋନ ଅଧିନରେ ଥିବା ବେଳେ ଏହି ଜୋନ୍ ଅଧିନରେ ୩୭୯୮୯ ଜଣ ଭୋଟର ରହିଛନ୍ତି । ସେହିପରି ଅନ୍ୟ ପ୍ରାଥୀ ମାନେ ସେମାନଙ୍କ ପ୍ରଚାର ଜୋରଦାର କରିଥିବା ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ