୨୦୦ ଟଙ୍କାରେ ପିଲାଙ୍କୁ ଅଭିଭାବକ, କ୍ରେତା କରନ୍ତି ଦୁଷ୍କର୍ମ
ପାଖାପାଖି ୨୦୦ ଟଙ୍କାରେ ଅଭିଭାବକମାନେ ନିଜ ପିଲାଙ୍କୁ ବିକ୍ରି କରନ୍ତି, କିଣୁଥିବା ଲୋକେ ଏହି ପିଲାଙ୍କ ସହ ଦୁଷ୍କର୍ମ କରନ୍ତି । ଏହି ଘଟଣା ଆଫ୍ରିକୀୟ ଦେଶ ଗାମ୍ବିୟାରେ ଦେଖିବାକୁ ମିଳୁଛି । ବ୍ରିଟିଶ ଗଣମାଧ୍ୟମ ଦି ସନ୍ ତା’ର ରିପୋର୍ଟରେ ଏହି ବିଷୟ ଉଲ୍ଲେଖ କରିଛି । ରିପୋର୍ଟ ଅନୁସାରେ ବ୍ରିଟେନରେ କିଛି ଲୋକ ଶିଶୁ କିଣା ବିକା ଧନ୍ଦାରେ ସାମିଲ ଅଛନ୍ତି । ଗରିବ ଆଫ୍ରିକୀୟ ଦେଶର ଦୁର୍ବଳ ଆଇନ୍ ବ୍ୟବସ୍ଥାର ଫାଇଦା ଉଠାଇ ଏଭଳି କାର୍ଯ୍ୟ କରିଥାନ୍ତି । ଛୁଟି ମନାଇବା ପାଇଁ ସେମାନେ ଗାମ୍ବିୟା ଏବଂ ଅନ୍ୟ ଦେଶକୁ ଗସ୍ତ କରି ଖୋଲାଖୋଲି ଶିଶୁଙ୍କୁ କିଣନ୍ତି ଏବଂ ତାଙ୍କ ସହ ଯୌନ କେଳେଙ୍କାରୀ କରିଥାନ୍ତି । ତଦନ୍ତ ସମୟରେ ଗାମ୍ବିୟାର ଏକ ବିଚ୍ ରିସୋର୍ଟ୍ଟରୁ ବଡ଼ ସଂଖ୍ୟାରେ ବିଦେଶୀ ଲୋକଙ୍କ ସହ ଛୋଟ ପୁଅ-ଝିଅଙ୍କୁ ଦେଖିବାକୁ ମିଳିଥିଲା । ଏମାନଙ୍କ ବୟସ ୮ବର୍ଷ ମଧ୍ୟରେ ଥିଲା । ଅନେକ ବିଦେଶୀ ଛୋଟ ଝିଅଙ୍କ ସହ ଗୋଟିଏ ଖଟରେ ସମୟ କାଟୁଥିଲେ । ଏବେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି ।


