୨୦୧୯ଓଡିଶା ନିର୍ବାଚନ-ଏକ ବିଶ୍ଳେଷଣ
ଦାଶରଥି ଭୂୟାଁ
୨୦୧୯ ଓଡିଶା ନିର୍ବାଚନରେସୃଷ୍ଟିହୋଇଛି ଏକ ନୂଆଧାରା।ଓଡିଶାରେ ପଂଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର କ୍ଷମତାକୁ ଫେରିଛି । ବିଜେଡି ମୋଟ ୨୧ ଲୋକ ସଭା ଆସନରୁ ୧୨ଟି ଓ ୧୪୬ଟି ବିଧାନ ସଭା ଆସନରୁ ୧୧୨ ଟିରେ ଜିତିଛି ।ଏହି ସଫଳତା କେବଳ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ, ଜନପ୍ରସୟ ର୍କାଯ୍ୟକ୍ରମ ଯୋଗୁ ସମ୍ଭବ ହୋଇଛି । ବିଜେଡି ସରକାର ଜଣେ ବ୍ୟକ୍ତିର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ୪୦ରୁ ଅଧିକ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି । ମିଶନ ଶକ୍ତି, କାଳିଆଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ସେତୁ ଯୋଜନା, ଯୁବ ବର୍ଗଙ୍କ ପାଇଁ ବିଜୁ ଯୁବ ବାହିନୀ , ଆହାର କେନ୍ଦ୍ରରେ ୫ ଟଙ୍କିଆ ଭୋଜନ, ଖାଦ୍ୟ ସୁରକ୍ଷା ଯୋଜନା, ଆଦି ଅନେକ ଜନପ୍ରିୟ ଯୋଜନା ସହିତମହିଳାଙ୍କ ପାଇଁ ବିଧାନ ସଭାରେ ୩୩ ଭାଗ ଆସନ ସଂରକ୍ଷଣ ପାଇଁ ପ୍ରଚେଷ୍ଟାକୁ ଲୋକେ ଗ୍ରହଣ କର ପୁଣିଥରେ ନବୀନ ପଟ୍ଟନାୟକଙ୍କ ସରକାରକୁ କ୍ଷମତାସୀନ କରାଇଛନ୍ତି । ମହାନଦୀ, ପୋଲାଭରମ, ଜଗନ୍ନଥଙ୍କ ବ୍ରହ୍ମ ପରିବର୍ତ୍ତନରେ ବଭ୍ରାଟ, ରତ୍ନ ଭଣ୍ଡାର ଚାବି ହଜିବା, କୁନ୍ଦୁଲି ପୀଡିତାଙ୍କ ଆତ୍ମ ହତ୍ୟା, କାଳିଆଯୋଜନା ପାଇଁ ଆପାତ୍ତକାଳୀନ ପାଣ୍ଢିରୁ ଅର୍ଥ ଖର୍ଚ୍ଚ କରିବା, ଚାଷୀ ଆତ୍ମହତ୍ୟା ଘଟଣା ଆଦିପ୍ରସଙ୍ଗକୁ ନେଇସରକାରଙ୍କ ବିରୁଦ୍ଧରେ ବିରୋଧୀଙ୍କ ଅଭିଯୋଗକୁୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡିଶାର ଜନସାଧାରଣ ରାଜ୍ୟରେ ନବୀନ ପଟ୍ଟନାୟକଙ୍କୁ ପଂଚମ ଥର ମୁଖ୍ୟମନ୍ତ୍ରୀ ରୂପେ ବାଛିଛନ୍ତି । ଉଭୟ ନବୀନ ପଟ୍ଟନାୟକ ଓ ଆଂଚଳିକ ଦଳ ବିଜୁ ଜନତା ଦଳ ପାଇଁ ଏହା ଏକ ବିଶ୍ୱ ରେକର୍ଡ । ଅତୀତରେ ଓଡିଶାରେ ଗଣତନ୍ତ୍ର ପରିଷଦ, ଜନ କଂଗ୍ରେସ, ଉକ୍ରଳ କଂଗ୍ରେସ ଭଳି ଅନେକ ଆଂଚଳିକ ରାଜନୈତିକ ଦଳ ରାଜନୀତି କ୍ଷମତା ଉପଭୋଗ କରିଥିଲେ ମଧ୍ୟ ଏହି ଦଳ ଗୁଡିକ ଏକାକୀ ସରକାର ଗଠନ କରିବାରେ ବିଫଳ ହୋଇଥିଲେ ।ତେଣୁ ବିଜେଡି ହେଉଛି ଓଡିଶାର ପ୍ରଥମ ରାଜନୈତିକ ଦଳ ଯିଏ ନିଜ ଶକ୍ତିବଳରେ ତିନିଥର ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ପୂର୍ବରୁ ଏହା ଦୁଇଟି ମେଂଟ ସରକାରର ମଧ୍ୟ ନେତୃତ୍ୱ ନେଇଥିଲା ଏହି ନିର୍ବାଚନ ବିଶ୍ଳେଷଣରୁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ମୁଖକୁ ଆସୁଛି । ପ୍ରଥମଟି ହେଲା ପ୍ରାର୍ଥୀ ନୁହେଁ ଦଳର ସୁପ୍ରିମୋ, ତାଙ୍କର ବ୍ୟକ୍ତିତ୍ୱ ଏବଂ ଦଳର ଚିହ୍ନ ନିର୍ବାଚନରେ ଗୁରୁତ୍ୱ ବହନ କରିଛି । ଦ୍ୱିତୀୟଟି ହେଲା ବିଭାଜିତ ମତଦାନ । ଓଡିଶା ନିର୍ବାଚନରେ ଏହା ଥିଲା ଏକ ନୂଆଧାରା । ଓଟିଶାରେ ପୂର୍ବରୁ ଯେତେ ଥର ଲୋକ ସଭା ଓ ବିଧାନ ସଭା ନିର୍ବାଚନ ଏକା ସାଙ୍ଗରେ ହୋଇଛି ଭୋଟର ଉଭୟ ଲୋକ ସଭା ଓ ବିଧାନ ସଭା ପାଇଁ ଗୋଟିଏ ଦଳର ପ୍ରାର୍ଥୀଙ୍କୁ ଜିତାଇଛନ୍ତି । ମାତ୍ର ଏଥର ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାତା ମାନେ ଭିନ୍ନ ଢଙ୍ଗରେ ବିଭାଜିତ ମତଦାନ କରିଛନ୍ତି । ମତଦାତାମାନେ ବିଧାନ ସଭା ପାଇଁ ଗୋଟିଏ ଦଳର ପ୍ରାର୍ଥୀଙ୍କୁୁ ଭୋଟ ଦେଇଥିଲା ବେଳେ ଲୋକ ସଭା ପାଇଁ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ମୟୁରଭଂଜ, ସୁନ୍ଦରଗଡ ଓ ଭୁବେନଶ୍ୱର ଲୋକସଭା ନିର୍ବାଚନ ମଂଣ୍ଡଳୀରେ ଏହା ପ୍ରମାଣିତ ହୋଇଛି । ଏହି ଲୋକସଭା ନିର୍ବାଚନ ମଂଣ୍ଡଳୀ ଅନ୍ତର୍ଗତ ଅଧିକାଂଶ ବିଧାନ ସଭା ଆସନ ଗୁଡିକରେ ବିଜେଡି ପ୍ରାର୍ଥୀ ଜିତିଥିବା ବେଳେ ଲୋକ ସଭା ଆସନରେ ବଜେିପି ଜିତିଛି । ତୃତୀୟ ବିଷୟଟି ହେଲା ଓଡିଶାରେ ଗତ ନିର୍ବାଚନ ସମୟରେ ମୋଦି ଯାଦୁ ଆଦୈା କାମ କରିନଥିଲା । ଏଥର ମୋଦି ଯାଦୁ ମଧ୍ୟ ଓଡିଶାରେ କାମ କରନାହିଁ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ସମ୍ମୁଖରେ ସମସ୍ତେ ହାର ମାନିଛନ୍ତ ।ତୃତୀୟ ବିଷୟଟି ହେଲା ଷ୍ଟ୍ରାଇକ ରେଟ ବା ପ୍ରହାର ଅନୁପାତଓପ୍ରତିଯୋଗୀ ଦଳ ସହିତ ଏହାର ସମୀକରଣ । ଯେକୈାଣସି ଦଳର ଷ୍ଟ୍ରାଇକରେଟ ତାହାର ନିର୍ବାଚନମଣ୍ଡଳୀର ସେହି ଅନୁପାତ ଅଟେ ଯହାକୁ ଭିତ୍ତିକରି ଦଳ ସେଠାରେ ବିଜୟ ହାସଲ କରିଥାଏ । ଯେଉଁ ଦୁଇ ଓ ତିନୋଟି ଦଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟ ପାଇଛନ୍ତିସେହି ଦଳ ହେଉଛି ସେହି ନିର୍ବାଚନ ମଣ୍ଡଳୀରେ ବାସ୍ତବପ୍ରତିଯୋଗୀ । ଏଥର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ୪୩୭ ଆସନରୁ ନିର୍ବାଚନ ଲଢି ୩୦୩ ଆସନରେ ବିଜୟ ହାସଲ କଲା ।ଓଡିଶା ଲୋକସଭା ନିର୍ବାଚନରେ ଏହାର ଷ୍ଟ୍ରାଇକ ରେଟ ହେଲା ୩୮.୯ । ଭାରତୀୟ ଜନତା ପାର୍ଟୀର ଆସନ ଆଂଚଳିକ ଦୃଷ୍ଟିରୁ ଅନେକ ପରିମାଣରେ ବିକେନ୍ଦ୍ରିତ । ଯଦିଓ ଭାଜପା ଏହି ନିର୍ବାଚନରେ ଅଧିକ ସଂଖ୍ୟକ ଆସନ ଜିଣିଛି ତଥାପି କେତେକ ରାଜ୍ୟରେ ଯେଉଁଠି ଆଂଚଳିକ ଦଳ ଓ ବ୍ୟକ୍ତିିତ୍ୱ ଦୃଢ ଅଛି ସେଠାରେ ଭାଜପାକୁ ସଫଳତା ମିଳିନାହିଁ । ଓଡିଶା, ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଅଦି ରାଜ୍ୟରେ ଏପରି ଘଟିଛି । ଏଠାରେ ପ୍ରଶ୍ନ ଉଠେଯେରାଷ୍ଟ୍ରୀୟ ପ୍ରସଙ୍ଗକୁ ନେଇନା ଆଂଚଳିକ ପ୍ରସଙ୍ଗକୁ ନେଇ ମତଦାତା ସଚେତନ ଥିଲେ । ଯଦି ଆମ୍ଭେ ଜାତୀୟ ସ୍ତରର ନିର୍ବାଚନ ପ୍ରସଙ୍ଗକୁ ବିଚାରକୁ ନେବା ତେବେ ନିମ୍ନ ପ୍ରସଙ୍ଗ ଗୁଡିକ ଏଥର ମତଦାତାଙ୍କ ପାଇଁ ମୁଖ୍ୟ ବିଷୟ ଥିଲା । ପ୍ରଥମତଃ, ୧୯୯୦ ମସିହାରୁ ଜାତୀୟ ସୁରକ୍ଷା ଓ ଆତଙ୍କବାଦ ଏକ ବଡ ପ୍ରସଙ୍ଗ ରହି ଅସିଥିଲେ ମଧ୍ୟ ଏହି ନିର୍ବାଚନ ପୂର୍ବରୁ ଏହା ମୂଖ୍ୟ ପ୍ରସଙ୍ଗ ନଥିଲା । ପୁଲଓାମା ଠାରେ ଭାରତୀୟ ଜବାନଙ୍କ ଉପରେ ଆକ୍ରମଣ, ଭାରତୀୟ ବାୟୁସେନା ତରଫରୁ ପାକିସ୍ତାନର ବାଲାକୋଟରେଆକ୍ରମଣଏବଂ ପାଇଲଟ ଅଭିନନ୍ଦନକୁ ଫେରାଇ ଆଣିବା ଘଟଣା ଆପେ ଆପେ ଏକ ନିର୍ବାଚନୀ ପ୍ରସଙ୍ଗରେ ପରିଣତ ହୋଇଥିଲା । ଦ୍ୱିତୀୟତଃ, ପୂର୍ବ ନିର୍ବାଚନରେ ଦରଦାମ ବୃଦ୍ଧି ଏକ ପ୍ରସଙ୍ଗର ସ୍ଥାନ ନେଇଥିଲାବେଳେ ଏହି ନିର୍ବାଚନରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ନଥିଲା । ବିପକ୍ଷଦଳ ସରକାରଙ୍କୁ ଦରଦାମ ବୃଦ୍ଧିକୁ ନେଇ ଘେରିପାରି ନଥିଲେ ।କୃଷକ ମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ବିକ୍ରୀକୁ ନେଇକ୍ଷତି ସହିଥିଲେ । ଚାଷୀ କ୍ଷତି ସହିଥିଲେ ମଧ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିଛନ୍ତି ବୋଲି ଲୋକଙ୍କ ହୃଦବୋଧ ହୋଇଥିଲା । କୃଷକମାନଙ୍କ ଅସନ୍ତୋଷକୁ ନିବାରଣ କରିବା ପାଇଁ ଭାଜପା ବିଭିନ୍ନ ଉପାୟ ଅବଲମ୍ବନ କରିଥିଲା । ତୃତୀୟତଃ, ଦିନକୁ ଦିନ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଅନ୍ୟ ଏକ ଶକ୍ତିଶାଳୀ ପ୍ରସଙ୍ଗ ଥିଲା । ମୋଦୀ ସରକାର ୨୦୧୪ ନିର୍ବାଚନରେ ଚାକିରୀର ପ୍ରତିଶ୍ରୁତିକୁ ପାଳନ କରିନଥିଲେମଧ୍ୟ ବିପକ୍ଷ ଦଳ ଏହି ପ୍ରସଙ୍ଗରୁ ଫାଇଦା ଉଠାଇ ପାରିନଥିଲେ । ଚତୁର୍ଥତଃ, ବିମୁଦ୍ରୀକରଣ ଉପରେ ଲୋକଙ୍କ ମତ ବିଭାଜିତ ଥିଲା । ଅନେକେ ବିମୁଦ୍ରୀକରଣକୁ ଦୁର୍ନୀତି ବିରୋଧରେ ଏକ ଅସ୍ତ୍ର ବୋଲି ଧରିନେଇଥିଲେ ।ପଂଚମରେ,ଜି ଏସ ଟି ଦ୍ୱାରା ବିଭିନ୍ନ ପ୍ରକାର କର ଦେବା ଅସୁବିଧାରୁ ବଂଚିତ ହୋଇଛନ୍ତି ବୋଲି ଲୋକେଆସ୍ୱସ୍ତ ଅନୁଭବ କରିଥିଲେ । ଗତ ନିର୍ବାବନରେ ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଭାଜପା ଜି.ଏସ.ଟ ଓ ବିମୁଦ୍ରୀକରଣ ଯୋଗୁ ପରାସ୍ତ ହୋଇଛି ବୋଲି କୁହା ଯାଉଥିଲେ ମଧ୍ୟ ଏହି ନିର୍ବାଚନରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା । ଷଷ୍ଠରେ, ଅନ୍ୟ ଏକ ପ୍ରସଙ୍ଗ ଥିଲା ଧ୍ରୂବୀକରଣ ରାଜନୀତି । କଂଗ୍ରେସର ସଂଖ୍ୟାଲଘୁ ସମର୍ଥକ ଭାବମୂର୍ତ୍ତି ସମ୍ମୁଖରେ ହିନ୍ଦୁ ରାଷ୍ଟ୍ରବାଦୀ ଲାଭ ବିଜେପିକୁ ମିଳିଥିଲା । ଜାତି ସମୀକରଣ ପ୍ରସଙ୍ଗରେ ବିରୋଧୀ ବିଜେପିକୁ ଘେରିବା ପାଇଁ ଉତ୍ତର ପ୍ରଦେଶରେ ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ରଓ ପଶ୍ଚିମ ବଙ୍ଗରେମୁସଲମାନ, ଜାଟ ଓ ଯାଦବଙ୍କୁ କଂଗ୍ରେସ, ଲାଲୁ ପ୍ରସାଦ, ମୁଲାୟମ, ଅଖିଳେଶ, ନିଜ ଆଡକୁ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସେତେ ସଫଳ ହୋଇନଥିଲେ । ଏହା ବିପକ୍ଷରେ ସମସ୍ତ ଜାତିର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ମୋଦି ଖେଳିଥିଲେ । ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ବିପକ୍ଷ ମୋଦି ସରକାରଙ୍କୁ ଘେରିପାରି ନଥିଲେ । ରାଫେଲ ପ୍ରସଙ୍ଗକୁ ଛାଡିଦେଲେ ମୋଦି ସରକାରଙ୍କ ଉପରେ ସେମିତି କିଛି ଅଖିଦୃଶିଆ ଦୁର୍ନୀତି ପ୍ରସଙ୍ଗ ନଥିଲା । ଷଷ୍ଠରେ ସୋସିଆଲ ମିଡିଆର ଲାଭ ମଧ୍ୟ ବିଜେପି ଉଠାଇଥିଲା । ଉଜ୍ଜ୍ୱାଳା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀଙ୍କ କୃଷକ ଯୋଜନା, ଆୟୁଷ୍ମାନ ଯୋଜନା ବହୁଳ ଭାବେ ପ୍ରଚାରିତ ହୋଇଥିଲା । ଗୋହତ୍ୟା ଉପରେ ପ୍ରତିବନ୍ଧକ ଓ ଏହି କ୍ରମରେ ସଂଖ୍ୟା ଲଘୁଙ୍କ ଉପରେ ଆକ୍ରମଣ ଦେଶରେ ଅସହିଷ୍ଣୁତାର ପ୍ରସଙ୍ଗକୁ ଉଜ୍ଜୀବିତ କରିଥିଲେ ମଧ୍ୟ ପଶୁଧନ ଉପରେ ନିର୍ଭର କରୁଥିବା କୃଷକ ଓ ହିନ୍ଦୁ ମାନଙ୍କୁ ଏହା ସଂତୁଷ୍ଟ କରିଥିଲା । ସେହିପରି ୨୦୧୮ ମସିହାରେ ଲୋକସଭାରେ ପାରିତ ହୋଇଥିବା ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ସଂଶୋଧନ ବିଧେୟକ ବିରୁଦ୍ଧରେ ଦଳିତଙ୍କ ଜନ ଅସଂତୋଷ ଏକ ଦିର୍ଘସ୍ଥାୟୀ ପ୍ରସଙ୍ଗ ହୋଇ ରହିପାରିଲାନାହିଁ । ପାକି୍ସ୍ଥାନ ଓ ଚୀନ ବିରୋଧରେ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଦେଶର ଯୁବଶକ୍ତିଙ୍କ ମନରେ ଦେଶପ୍ରମେ ଜଗ୍ରତ କରିଥିଲା । ସେମାନଙ୍କ ଭାସମାନ, ଚଂବଳମନ ଓ ସମ୍ବେଦନଶୀଳ ମନ ଜାତୀୟତାଆଡକୁ ଢଳିଥିଲା । ଲାଲକୃଷ୍ଣ ଆଡଭାନୀ,ମୁରଲୀ ମନୋହର ଯୋଷୀଙ୍କ ଭଳି ବୟୋଜ୍ୟେଷ୍ଠଙ୍କୁ ଅପମାନିତ ପ୍ରସଙ୍ଗ ମଧ୍ୟ କାଟୁକରିନଥିଲା । ୨୦୧୪ ନିର୍ବାଚନରେ ଥିବାମୋଦିଙ୍କ ଯାଦୁ ୨୦୧୯ ନିର୍ବାଚନରେ ଅନୁଭବ ହୋଇନଥିଲେ ମଧ୍ୟ ଏହା ତାଙ୍କ ନେତୃତରେ ବିଜେପିର ନିର୍ବାଚନ ଥିଲା । ଏଥର ମଧ୍ୟ ବିଜେପି ବାଜିମାରିଲା । ଉପରୋକ୍ତ କାରଣରୁ ବିଜେପି ଆଂଟି ଇନକମ୍ବନ୍ସି ତତ୍ତ୍ୱ ବା ବିରୋଧୀ ଲହରକୁ ଅତିକ୍ରମ କରିପାରିଲା । ଏହି ପରି ଭାବେ ଆଂଚଳିକ ପ୍ରସଙ୍ଗ ଓ ଜାତୀୟ ପ୍ରସଙ୍ଗକୁ ନେଇ ଓଡିଶାର ମତଦାତା ମାନେ ବିଭାଜିତ ମତଦାନ କରିଥିଲେ । ଜାତୀୟ ସ୍ତରରେ ଭାରତୀୟ ଜନତା ପାର୍ଟୀ ଏହି ନିର୍ବାଚନରେ ୫୫ପ୍ର୍ରତିଶତ ଆସନରୁ ଅଧିକ ପାଇଛି । ଏହି ଦଳର ଭୋଟ ସେୟାର ହେଉଛି ମାତ୍ର ୩୮.୫ ପ୍ରତିଶତକିନ୍ତୁ ଏନ ଡ.ିଏର ଭୋଟ ସେୟାର ହେଉଛି ୪୫ ପ୍ରତିଶତ । ଏଥର କଂଗ୍ରସେ୫୨ ଆସନରେ ଜିତିଛି ଏବଂ ଏହାର ଭୋଟ ସେୟାର ୯କୁ କମିଛି । ଯଦି ଆମ୍ଭେ ୨୦୧୪ ନିର୍ବାଚନର ତୁଳନା କରିବା ତେବେ ଜଣା ପଡେଯେ ସେହି ସମୟରେ ଭାରତୀୟ ଜନତା ପାର୍ଟୀ ୨୮୨ ଆସନ ଜିତି ୫୨ ପ୍ରତିଶତ ଆସନ ଅକ୍ତିଆର କରିଥିଲା ଏବଂ ଏହାର ଭୋଟ ସେୟାର ଥିଲା ୨୧ ପ୍ରତିଶତ । କଂଗ୍ରେସ ମାତ୍ର ୪୪ ଆସନରେ ବିଜୟ ଲାଭ କରିଥିଲେ ମଧ୍ୟ ଏହାର ଭୋଟ ସେୟାର ଥିଲା୧୯.୯ପ୍ରତିଶତ । ତେବେ ୨୦୧୪ ମସିହାରେ ବିଜେପି ଓ କଂଗ୍ରସେ ମଧ୍ୟରେ ଭୋଟ ସେୟାରର ୨୧ ପ୍ରତିଶତ୧୯.୯ପ୍ରତିଶତ ମଧ୍ୟରେ ଆସନ ବ୍ୟବଧାନ ଥିଲା ୨୮୪ ଓ ୪୪ । ୨୦୧୯ ମସିହା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଭୋଟ ସେୟାରର ୩୮ ପ୍ରତିଶତ ୯ ପ୍ରତିଶତ ମଧ୍ୟରେ ଆସନ ବ୍ୟବଧାନ ଥିଲା ୩୦୩ ଓ ୫୨ । ଲୋକ ସଭା ନିର୍ବାଚନରେ ଓଡିଶାରୁ ବିଜେଡି ୪୨,୭ ପ୍ରତିଶତ ଭୋଟ ପାଇଥିଲା ବେଳେ ବିଜେପି ପାଇଛି ୩୮.୪୦ ଓ କଂଗ୍ରେସର ଭୋଟ ପ୍ରତିଶତ ମାତ୍ର ୧୩.୫୭ପ୍ରତିଶତ । ବିଧାନ ସଭା ନିର୍ବାଚନରେ ବିଜେଡିକୁ ମିଳିଛି ୪୪.୬୧ ପ୍ରତିଶତ ଓ ବିଜେପିକୁ ମିଳିଛି ୩୨.୫୭ ଏବଂ କଂଗ୍ରେସକୁ ମିଳିଛି ୧୫.୮୬ ପ୍ରତିଶତ । ଭାରତୀୟ ଜନତା ପାର୍ଟୀ ୪୪.୬୧ ପ୍ରତିଶତ ଓ ବିଜେପିର ୩୨.୫୭ ପ୍ରତିଶତ ମଧ୍ୟରେ ଫରକ ହେଉଛି୧୦ ପ୍ରତିଶତ । କିନ୍ତୁ ଏହି ୧୦ ପ୍ରତିଶତ ବ୍ୟବଧାନରେ ବିଜେଡିକୁ ୧୧୨ ଆସନ ମିଳିଥିବା ବେଳେ ବିଜେପିକୁ ମାତ୍ର ମିଳିଛି ୨୩ଟି ଆସନ । ଅର୍ଥାତ ବିଜେଡି ୪୪.୬୧ ପ୍ରତିଶତ ଓ ବିଜେପିର ୩୨.୫୭ ମଧ୍ୟରେ ଜିଣିଥିବା ଆସନର ବ୍ୟବଧାନ ହେଉଛି ୮୯ । ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭୋଟ ସେୟାର ଏବଂ ଆସନ ସେୟାର ମଧ୍ୟରେ ଏତେ ବ୍ୟବଧାନର ଗୋଟିଏ ମାତ୍ର କାରଣ ହେଲା ଫାଷ୍ଟ ପାଷ୍ଟ ଦି ପୋଷ୍ଟ ସିଷ୍ଟମ । ଏହାର ଅର୍ଥ ହେଲା ‘ସର୍ବାଧିକ ମତପ୍ରାପ୍ତ ବ୍ୟକ୍ତିର ବିଜୟ” ଅର୍ଥାତ “”ଯୋ ଜିତା ଓହି ସକନ୍ଦର । କିନ୍ତୁ ଏହା ବାସ୍ତବ ସଂଖ୍ୟାଗରିଷ୍ଠ ମତ ନୁହଁ । ୫୦ ପ୍ରତିଶତରୁ ଅଧିକ ମତ ପାଇଥିବା ବ୍ୟକ୍ତିକୁ ବିଜୟୀ ଘୋଷଣା କରାଯିବା ବ୍ୟବସ୍ଥା ଆମ୍ଭ ନିର୍ବାଚନ ବ୍ୟବସ୍ଥାରେ ନାହିଁ । ବହୁଦଳୀୟ ବ୍ୟବସ୍ଥାରେ ଯେଉଁ ପ୍ରାର୍ଥୀ ସର୍ବାଧିକ ମତ ପାଇଲା ତାଙ୍କୁ ବିଜୟୀ ଘୋଷଣା କରାଯାଉଛି । ଗୋଟିଏ ନିର୍ବାଚନ ମଣ୍ଡଳୀରେ ସେ ପାଇଥିବା ମତର ସଂଖ୍ୟାଠାରୁ ବିରୋଧୀଙ୍କ ମତ ଅଧିକା ଅଟେ । ଦେଖା ଯାଇଛି ଯେ ଗୋଟିଏ ନିର୍ବାଚନ ମଣ୍ଡଳୀରେ ୩୦ ପ୍ରତିଶତ ଭୋଟ ପାଇଥିବା ବ୍ୟକ୍ତି ୭୦ ପ୍ରତିଶତ ଲୋକଙ୍କ ଉପରେ ଶାସନ କରୁଛି । ସରଳ ବହୁମତ ପ୍ରଣାଳୀରେ ସର୍ବାଧିକ ମତ ପାଇଥିବା ବ୍ୟକ୍ତି ବିଜୟ ଲାଭ କରୁଛି । ଏହା ସଂଖ୍ୟାଗରିଷ୍ଠ ମତ (୫୦ପ୍ରତିଶତରୁ ଅଧିକ) ନୁହେଁ । ଆମ୍ଭ ଗଣତନ୍ତ୍ରର ସବୁଠାରୁ ଦୁର୍ବଳ ଦିଗଟି ହେଲା ସଂଖ୍ୟାଗରିଷ୍ଠ ଶାସନକୁ ନେଇ ସମସ୍ୟା । ତେଣୁ ଏହାକୁ ଏଡାଇବା ନିମନ୍ତେ ଦ୍ୱିତୀୟ ମତଦାନ ପ୍ରଣାଳୀର ଆବଶ୍ୟକ । ଗୋଟିଏ ନିର୍ବାଚନ ମଣ୍ଡଳୀରେ ଅନେକ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ଯେଉଁ ଦୁଇଜଣ ପ୍ରାର୍ଥୀ ସର୍ବାଧିକ ଭୋଟ ପାଇଛନ୍ତି ସେମାନେ ହେଉଛନ୍ତି ବାସ୍ତବ ପ୍ରତିଯୋଗୀ । ତେଣୁ ଦ୍ୱିତୀୟ ଥର ପାଇଁ ମଦଦାନ ବ୍ୟବସ୍ଥା କରାଯାଇ ସେଇ ଦୁଇ ଜଣ ମଧ୍ୟରୁ ଜଣେ ଯିଏ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବ ସେ ନିର୍ବାଚିତ ଏବଂ ତାହା ହେବ ବାସ୍ତବ ସଂଖ୍ୟାଗରିଷ୍ଠ ଶାସନ । ତାହାହେଲେ ୫୦ ପ୍ରତିଶତ ମତନପାଇ ସର୍ବାଧିକ ମତ ପାଇଥିବା ପ୍ରାର୍ଥୀକୁ ନିର୍ବାଚିତ ଘୋଷଣା କରାଯିବା ଯୁଗ ଶେଷ ହେବ । ଅର୍ଥାତ୍ ଅନ୍ୟ ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇ, ଯେଉଁ ଦୁଇ ପ୍ରାର୍ଥୀ ସର୍ବାଧୀକ ମତ ପାଇଛନ୍ତି ସେମାନଙ୍କ ପାଇଁ ପୁଣିଥରେ ମତଦାନ କରାଗଲେ ସେଇ ଦୁଇଜଣଙ୍କ ମଧ୍ୟରୁ ଯିଏ୫୦ପ୍ରତିଶତରୁ ଅଧିକା ମତ ପାଇବ ତାହାକୁ ନିର୍ବାଚିତ କରାଯିବା ଉଚିତ । କିନ୍ୁ ଭାରତ ଭଳି ଏକ ବିକାଶଶୀଳ ରାଷ୍ଟ୍ରରେ ଦ୍ୱିତୀୟ ଦିନ ନିର୍ବାଚନ କରାଇବା ଏକ ବ୍ୟୟବହୁଳ ବ୍ୟାପାର । ତେବେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଆମ୍ଭେ ଆମ୍ଭର ବହୁମୂଲ୍ୟ ସମୟ ଓ ଅର୍ଥ ବଳିଦାନ କରିପାରିବା କି ନାହିଁ ତାହା ଏକ ବିତର୍କର ବିଷୟ ।
ମୋବାଇଲ-୯୮୬୧୩୬୬୧୩୫


