୨୦୧୯ରେ ବିଶ୍ୱର ଶୀର୍ଷ ୧୦ ଡାଉନଲୋଡ ହୋଇଥିବା ମୋବାଇଲ ଆପ୍ ମଧ୍ୟରେ ସେୟାରଇଟ

ମୋବାଇଲ ଡାଟା ଏବଂ ଆନାଲିଟିକ୍ସ ସେବା ପ୍ରଦାନକାରୀ ଆପ୍ ଆନ୍ନି ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟ ଦ ଷ୍ଟେଟ ଅଫ ମୋବାଇଲ ଇନ ୨୦୨୦ ଅନୁସାରେ ୧.୮ବିଲିୟନ ଡାଉନଲୋଡ ସହ ସେୟାରଇଟ ଶୀର୍ଷ ୧୦ ସର୍ବାଧିକ ଡାଉନଲୋଡ ହୋଇଥିବା ମୋବାଇଲ ଆପ୍ଲିକେସନ ମଧ୍ୟରେ ସ୍ଥାନ ପାଇଛି । ଏହି ରିପୋର୍ଟରେ ୨୦୧୯ ମସିହାରେ ମୋବାଇଲ ଆପ୍ଲିକେସନ ଉଦ୍ୟୋଗ ଓ ସେମାନଙ୍କର ପ୍ରଦର୍ଶନ ଉପରେ ଆଲୋକପାତ କରାଯାଇଛି । ଏହି ଉଦ୍ୟୋଗ ୨୦୧୯ ମସିହାରେ ୨୦୪ ବିଲିୟନ ଡାଉନଲୋଡ ରେକର୍ଡ କରିଛି ଯାହା ୨୦୧୭ ଅପେକ୍ଷା ପ୍ରାୟ ୨୫ ପ୍ରତିଶତ ଅଧିକ ।  ସେୟାରଇଟ ଭାରତରେ ପ୍ରାୟ ୪୦୦ ମିଲିୟନ ଡାଉନଲୋଡ ହୋଇଛି । ଏଥିପାଇଁ ଏଏଲଟି ବାଲାଜି, ହଙ୍ଗାମା ଏବଂ ହଟ୍‌ଷ୍ଟାର ସହଭାଗୀତା ମୁଖ୍ୟତଃ ଦାୟୀ । ସେୟାରଇଟ ର‌୍ୟାଙ୍କରେ ଗତ ବର୍ଷ ଅପେକ୍ଷା ଗୋଟିଏ ସ୍ଥାନ ଉନ୍ନତି ହୋଇ ସାରା ବିଶ୍ୱରେ ଷଷ୍ଠରେ ପହଁଚିଛି । ସେୟାରଇଟ ର ସଫଳତା ଉପରେ ମନ୍ତବ୍ୟ ଦେଇ ସେୟାରଇଟ ଭାରତର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ କରମ ମାଲହୋତ୍ରା କହିଛନ୍ତି, “ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଦେଖି ଆମେ ଅଭିଭୁତ । ଆଗାମୀ ଦିନରେ ଆମେ ଏ ଦିଗରେ ଅନେକ ପଦକ୍ଷେପ ନେବୁ ଏବଂ ଏହାକୁ ଏକ ୱାନଷ୍ଟପ୍ ସପ୍ ଭାବରେ ଗଢିତୋଳିବୁ । ତନ୍ମଧ୍ୟରେ ଗେମିଙ୍ଗ, ସିନେମା ଏବଂ କ୍ଷୁଦ୍ର ଫର୍ମାଟ ବିଷୟବସ୍ତୁ ଅନ୍ୟତମ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ