୨୦୧୯ ଏପ୍ରିଲରେ ସର୍ବାଧିକ ଜିଏସଟି କର ସଂଗ୍ରହ
୨୦୧୯ ଏପ୍ରିଲ ମାସରେ ମୋଟ ୧,୧୩,୮୬୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ଏହା ଜିଏସଟି ଲାଗୁ ହେବାଠାରୁ ଏପର୍ଯ୍ୟନ୍ତ ସର୍ବାଧିକ ସଂଗ୍ରହ । ଏଥିରେ ସାମିଲ ରହିଛି ୨୧,୧୬୩ କୋଟି ଟଙ୍କାର ସିଜିଏସଟି, ୨୮,୮୦୧ କୋଟି ଟଙ୍କାର ଏସଜିଏସଟି, ୫୪,୭୩୩ କୋଟି ଟଙ୍କାର ଆଇଜିଏସଟି (ଆମଦାନୀରୁ ସଂଗୃହୀତ ୨୩,୨୮୯ କୋଟି ଟଙ୍କା) ଏବଂ ୯,୧୬୮ କୋଟି ଟଙ୍କାର ସେସ୍ ( ଆମଦାନୀରୁ ସଂଗୃହୀତ ୧,୦୫୩ କୋଟି ଟଙ୍କା) । ମାର୍ଚ୍ଚରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଫାଇଲ ହୋଇଥିବା ମୋଟ ଜିଏସଟିଆର ୩ବି ରିଟର୍ଣ୍ଣ ସଂଖ୍ୟା ୭୧.୧୩ ଲକ୍ଷ ।
ନିୟମିତ ଆଦାୟ ଭାବେ ଆଇଜିଏସଟି ଅନ୍ତର୍ଗତ ସରକାର ସିଜିଏସଟିରେ ୨୦,୩୭୦ କୋଟି ଏବଂ ଏସଜିଏସଟିରେ ୧୫,୯୭୫ କୋଟି ଟଙ୍କା ସଂଗ୍ରହ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମାନ ଅନୁପାତରେ ବଂଟନ ବ୍ୟବସ୍ଥା ଭିତିରେ କେନ୍ଦ୍ର ସରକାରଙ୍କ ପାଖରେ ଉପଲବ୍ଧ ବଳକା ଆଇଜିଏସଟିରେ ୧୨,୦୦୦ କୋଟି ଟଙ୍କା ବଂଟନ କରାଯାଇଛି । ନିୟମିତ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଭିତିକ ବଂଟନ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୨୦୧୯ ଏପ୍ରିଲ ମାସରେ ସିଜିଏସଟି ବାବଦରେ ୪୭,୫୩୩ କୋଟି ଏବଂ ଏସଜିଏସଟି ବାବଦରେ ୫୦, ୭୬୬ କୋଟି ଟଙ୍କା ପାଇଛନ୍ତି ।
୨୦୧୮ ଏପ୍ରିଲ ମାସରେ ମୋଟ କର ଆଦାୟ ପରିମାଣ ଥିଲା ୧,୦୩, ୪୫୯ କୋଟି ଟଙ୍କା । ୨୦୧୯ ଏପ୍ରିଲ ମାସ କର ଆଦାୟରେ ଗତବର୍ଷର ଏହି ମାସ ତୁଳନାରେ ଶତକଡା ୧୦.୦୫ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୮-୧୯ (୯୮,୧୧୪ କୋଟି) ଆର୍ଥିକ ବର୍ଷର ହାରାହାରି ମାସିକ ଜିଏସଟି ଆଦାୟ ତୁଳନାରେ ୨୦୧୯ ଏପ୍ରିଲ ମାସରେ ୧୬.୦୫ ପ୍ରତିଶତ ଅଧିକ ବୃଦ୍ଧି ହୋଇଛି ।


