୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୬.୫ ଲକ୍ଷ କୋଟିର କୃଷିଋଣ ପ୍ରଦାନ ଲକ୍ଷ୍ୟ

ନୂଆଦିଲ୍ଲୀ : କୃଷକ ଆନ୍ଦୋଳନ ଯୋଗୁଁ ଦେଶରେ ଏବେ ପରିସ୍ଥିତି ସରଗରମ ଥିବାରୁ ନୂଆ ବଜେଟରେ କୃଷି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କୃଷିଋଣ ଲକ୍ଷ୍ୟକୁ ୧୬ ଲକ୍ଷ ୫୦ ହଜାର କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହାକି ଚଳିତ ବର୍ଷର କୃଷି ଋଣ ଲକ୍ଷ୍ୟଠାରୁ ଅଧିକ । କେନ୍ଦ୍ର ସରକାର ଦେଶରେ କୃଷି ଓ କୃଷକଙ୍କ ସ୍ବାର୍ଥରକ୍ଷା ଓ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣରେ କହିଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧ କୋଟି ୫୪ ଲକ୍ଷ ଚାଷୀ ସରକାରଙ୍କ ଧାନ ଓ ଗହମ ଏମଏସପି ନୀତି ଦ୍ବାରା ଉପକୃତ ହୋଇଛନ୍ତି, ଯାହାକି ୨୦୧୯-୨୦ରେ ୧ କୋଟି ୨୪ ଲକ୍ଷ ଥିଲା । ୨୦୨୦-୨୧ରେ ଗହମ ଖରିଦ ପାଇଁ ସରକାର ୭୫ ହଜାର ୬୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିପରି ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ପାଇଁ ୪୦ ହଜାର କୋଟିର ପାଣ୍ଠି ଘୋଷଣା କରାଯାଇଛି । ଏଥିସହ ଅର୍ଥମନ୍ତ୍ରୀ କହିଛନ୍ତି,  ଅପରିବର୍ତ୍ତିତ ହାରରେ ଶସ୍ୟ ଖରିଦ ଧାରା ଜାରି ରହିଛି। ଫଳରେ କୃଷକମାନଙ୍କର ପ୍ରାପ୍ୟ ମଧ୍ୟ ବୃଦ୍ଧି ପାଇଛି। ଗହମ କ୍ରୟ ଲାଗି ୨୦୧୩-୧୪ରେ କୃଷକମାନଙ୍କୁ ୩୩,୮୭୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୯-୨୦ରେ ଏହାର ପରିମାଣ  ୬୨,୮୦୨ କୋଟି ଟଙ୍କା ଥିବା ବେଳେ୨୦୨୦-୨୧ରେ ଏହାର ପରିମାଣ ୭୫,୦୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଣିକି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା କରାଯିବ । ସବୁ ପ୍ରକାରର କାମରେ ମହିଳାଙ୍କୁ ଉପଯୁକ୍ତ ସୁରକ୍ଷା ସହ ସୁଯୋଗ ମିଳିବ ବୋଲି ସୀତାରମଣ ଘୋଷଣା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ