୨୦୨୫ ସୁଦ୍ଧା ମୋବାଇଲ ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବ
ନୂଆଦିଲ୍ଲୀ : ଡିଜିଟାଲ ଇଣ୍ଡିଆ ହେଉ ଅବା ମେକ ଇନ ଇଣ୍ଡିଆ ବା ଷ୍ଟାର୍ଟ ଅପ ଇଣ୍ଡିଆ, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ପରିବର୍ତ୍ତନରେ ବିଶ୍ୱାସ ରଖନ୍ତି । ଏହି ପଦକ୍ଷେପ ଯୋଗୁ ଭାରତବାସୀ ସଶକ୍ତ ହେବା ସହ ଡିଜିଟାଲ କାରବାର ବୃଦ୍ଧି ପାଇଛି । ନବୋନ୍ମେଷ ଓ ପ୍ରଯୁକ୍ତିର ପ୍ରୟୋଗ ବିଶ୍ୱରେ ଭାରତକୁ ଡିଜିଟାଲ ଶକ୍ତିର ମାନ୍ୟତା ଦେଇଛି । ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନକୁ ପ୍ରୋତ୍ସାହନ ମେକ ଇନ ଇଣ୍ଡିଆର ଏକ ମୁଖ୍ୟ ଉଦ୍ଦେଶ୍ୟ । ୨୦୧୯ର ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ସଂଶୋଧିତ ଦକ୍ଷତା ଯୋଜନା, ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପୁଞ୍ଜ ଏବଂ ଇଲେକ୍ଟ୍ରୋନିକ୍ସ ବିକାଶ ପାଣ୍ଠି ଯୋଗୁ ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୨୦୧୪ରେ ୨୯ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୧୯ରେ ୭୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ମୋବାଇଲ ଫୋନର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ୨୦୧୪ ମସିହାରେ ମାତ୍ର ୨ଟି ମୋବାଇଲ କାରଖାନା ଥିବାବେଳେ ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ ଉତ୍ପାଦନକାରୀ ହୋଇପାରିଛି । ୨୦୧୮-୧୯ ମସିହା ମଧ୍ୟରେ ମୋବାଇଲ ଉତ୍ପାଦନ ୨୯ କୋଟି ୟୁନିଟରେ ପହଞ୍ଚିଥିବାବେଳେ ଏହା ୨୦୧୪ ମସିହାରେ ମାତ୍ର ୬ କୋଟି ୟୁନିଟରେ ସୀମିତ ଥିଲା । ୨୦୧୮-୧୯ରେ ଏ ବାବଦ ମୋଟ ପୁଞ୍ଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଥିବାବେଳେ ୨୦୧୪ରେ ମାତ୍ର ୧୯ ହଜାର କୋଟି ଥିଲା । ୨୦୧୪-୧୫ରେ ଇଲେକ୍ଟ୍ରୋନିକ୍ସ ରପ୍ତାନୀ ୩୮,୨୬୩ କୋଟି ଟଙ୍କା ଥିବାବେଳେ ୨୦୧୮-୧୯ରେ ତାହା ୬୧,୯୦୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୧୨ ମସିହାରେ ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ଭାରତର ଯୋଗଦାନ ମାତ୍ର ଶତକଡା ୧.୩ ଭାଗ ଥିବାବେଳେ ୨୦୧୮ ମସିହାରେ ଏହା ଶତକଡା ୩ ଭାଗକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଅନେକ ସମୟରେ କହିଛନ୍ତି ଯେ, ଭାରତ ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା, ବିଦେଶୀ ପୁଞ୍ଜିନିବେଶ ସମେତ ନିଜସ୍ୱ ପୁଞ୍ଜି ଏବଂ ଅସାଧାରଣ ମାନବସମ୍ବଳ ଯୋଗୁ ବିଶ୍ୱ ଅର୍ଥନୀତିରେ ଏକ ବିଶେଷ ଯୋଗଦାନ ଦେଇଛି । ବିଶ୍ୱ ଅର୍ଥନୀତିକୁ ସହାୟକ ହେଉଥିବାରୁ ଭାରତ ମଧ୍ୟ ବ୍ୟାପକ ନିର୍ମାଣ କାର୍ୟ୍ୟ ପାଇଁ ଚେଷ୍ଟା କରୁଛି । ଏଥିପାଇଁ ଆବଶ୍ୟକ ତିନୋଟି ଯୋଜନା ହେଲା – (କ). ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ଚଖଓ) ଯାହାକି ବୃହତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ସହାୟକ ହେବ । (ଖ) ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ଏବଂ ହେଭି କଣ୍ଡକ୍ଟର ଉତ୍ପାଦନ ପ୍ରୋତ୍ସାହନ ଯୋଜନା (ଝଚଋଉଝ) ଏବଂ ପରିବର୍ତ୍ତିତ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଲଷ୍ଟର (ଋଗଉ ୨.୦) ଯୋଜନା । ପିଏଲଆଇ ଯୋଜନାରେ ୪ରୁ ୬ ଭାଗ ପ୍ରୋତ୍ସାହନ ଭାରତରେ ବିଭିନ୍ନ ଦ୍ରବ୍ୟ ଉପରେ ଦିଆଯିବ । ଏହା ମୂଳ ବର୍ଷ ସମେତ ୫ ବର୍ଷ ପାଇଁ ରହିବ । ଏସପିଇସିଏସ ଯୋଜନାରେ ଶତକଡା ୨୫ ଭାଗ ପର୍ୟ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ମୂଳ ଧନ ଖର୍ଚ୍ଚ ଉପରେ ରହିବ । ତେବେ ଏହା କେତେକ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯଥା – ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ, ହେଭି କଣ୍ଡକ୍ଟର, ନିର୍ମାଣ ୟୁନିଟ, ଆସେମ୍ଲି, ଚେଷ୍ଟ ମାର୍କେଟିଂ ଏଣ୍ଡ ପ୍ୟାକେଜିଂ ୟୁନିଟ ଇତ୍ୟାଦି । ଇଏମସି ୨.୦ ଯୋଜନାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ବିଭିନ୍ନ ସୁବିଧାସୁଯୋଗ ରହିବ । ଯାହାକି ବିଶ୍ୱ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀଙ୍କୁ ଆକର୍ଷିତ କରିପାରିବ । ଏହି ତିନୋଟି ଯୋଜନା ପାଇଁ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଏହା ଦେଶର ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ସାହାଯ୍ୟ କରିବା ସହ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଓ ପରିବେଶକୁ ସୁରକ୍ଷା ଦେବ । ଏହି ତିନୋଟି ଯୋଜନା ବଡ ଧରଣର ଇଲେକ୍ଟ୍ରୋନିକ ଉତ୍ପାଦନ ସହ ସପ୍ଲାଇ ଚେନଗୁଡକ ନିମନ୍ତେ ମଧ୍ୟ ସହାୟକ ହେବ । ଏହି ଯୋଜନାଗୁଡିକ କାର୍ୟ୍ୟକାରୀ ହେଲେ ୨୦୨୫ ମସିହା ସୁଦ୍ଧା ଦେଶର ସାମଗ୍ରୀକ ଉତ୍ପାଦନ ୫ ଟ୍ରିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇବ । ଏହି ତିନୋଟି ଯାକ ଯୋଜନା ପର୍ୟ୍ୟାପ୍ତ ପୁଞ୍ଜିନିବେଶ, ଅଧିକ ମୋବାଇଲ ଫୋନ ଉତ୍ପାଦନ ଏବଂ ସେମାନଙ୍କର ଯନ୍ତ୍ରାଂଶ ଯୋଗାଇ ପାରିବ ବୋଲି ଆଶା କରାଯାଇଛି । ଏହାପରେ ୨୦୨୫ ମସିହା ସୁଦ୍ଧା ଏହା ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଏହାଦ୍ୱାରା ୫ ଲକ୍ଷ ପ୍ରତ୍ୟକ୍ଷ ଓ ୧୫ ଲକ୍ଷ ପରୋକ୍ଷ କର୍ମସଂସ୍ଥାନ ସୃଷ୍ଟି ହେବ ।