୨୦ ନଂ ଜୋନର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ…
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲାର ଛତ୍ରପୁର ବ୍ଲକ ୨୦ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେଡି ପ୍ରାର୍ଥୀ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟଙ୍କ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି । ଶୁକ୍ରବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଘରକୁ ଘର ବୁଲି ବିଜେଡି ଜିଲ୍ଲା ସଭାପତି ଡଃ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଉପବାଚସ୍ପପତି ରାମଚନ୍ଦ୍ର ପଣ୍ଡା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ବହୁ ତୁଙ୍ଗ ନେତା ମାନେ ବିଜେଡି ପ୍ରାର୍ଥୀ ଏମ.ଧନଞ୍ଜୟଙ୍କ ନିମନ୍ତେ ପ୍ରଚାର କରବା ସହିତ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ମଙ୍ଗଳ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ଏହି ନିର୍ବାଚନ ପ୍ରଚାର ଚାଲଛି । ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ, ପୂର୍ବତନ ଛତ୍ରପୁର ଏନଏସିର ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଯୁବ ବିଜେଡି ଛତ୍ରପୁର ଏନଏସି ସଭାପତି ଟି.ଚନ୍ଦ୍ର ଶେଖର ରାଓ, ଅଗସ୍ତିନୂଆଗାଁ ପଞ୍ଚାୟତର ଯୁବନେତା ବାପି ଦାସ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଦେବାଶିଷ ମିଶ୍ର, ସନମୁଖ ପଟ୍ଟନାୟକ, ଏନ.ଗିରିଧର ରାଓ, ଛତ୍ରପୁର ବିଜୁ ଆଇନ ସାମ୍ମୁଖ୍ୟର ଆବାହକ ମନୋଜ କୁମାର ପାଢି, ସାଧାରଣ ସମ୍ପାଦକ ଏଲ.ଗୋପୀ, ଉପସଭାପତି କିଶୋର ଚନ୍ଦ୍ର ସେନାପତି ଓ ଅହିଭୂଷଣ ସାହୁ, ଯୁବ ମତ୍ସ୍ୟଜିବୀ ନେତା କେ.ଦାଶରଥୀ, ବି.ଶଙ୍କରଙ୍କ ବହୁ ମତ୍ସ୍ୟଜିବୀ ନେତା ଓ ମହିଳା ମାନେ ଏହି ପ୍ରଚାରରେ ସାମିଲ ହୋଇ ବିଜେଡି ପ୍ରାର୍ଥୀ ଏମ.ଧନଞ୍ଜୟ ରେଡ୍ଡୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ । ପରେ କାଳିପଲ୍ଲୀ ପଞ୍ଚାୟତର ବନ୍ଦର ଠାରେ ଠାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ଜୋନ୍ରେ ଅଗସ୍ତିନୂଆଗାଁ, କଣମଣା, କାଳିପଲ୍ଲୀ, ଚିକଲଖଣ୍ଡି, ପୋଡାପଦର ଓ ଆର୍ଯ୍ୟପଲ୍ଲୀ ପଚାଂୟତ ରହିଛି । ୩୭୯୮୯ ଜଣ ଭୋଟର ରହିଥିବା ବେଳେ ଏହି ଜୋନ ନିମନ୍ତେ ୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।


