୨୦ ଫୁଟ ତଳକୁ ଖସିଲା ବସ୍ : ୬ ମୃତ

ଲକ୍ଷ୍ନୌ: ରବିବାର ସକାଳେ ଉତ୍ତରପ୍ରଦେଶ କନୌଜ ନିକଟ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ରବିବାର ସକାଳେ ବିହାରର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ଆଗ୍ରା-ଲକ୍ଷ୍ନୗ ଏକ୍ସପ୍ରେସୱେରେ ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଯାହା ଫଳରେ ଭାରସାମ୍ୟ ହରାଇ ବସ୍‌ଟି ୨୦ ଫୁଟ ତଳକୁ ଖସିପଡିଥିଲା। ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଂଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଦ୍ଧାର କାର୍ଯ୍ୟ ପରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେରେ ପ୍ରାୟ ୪୦ରୁ ଅଧିକ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଆହତଙ୍କୁ ଉଦ୍ଧାର କରାଯାଇ ସୌରୀଚ ଏବଂ ସାଇଫାଇ ଡାକ୍ତରଖାନାକୁ ପଠାଯାଇଛି ବୋଲି ସୂଚନା ମିଳିଛି। ଦୁର୍ଘଟଣାରେ ଆହତ ହୋଇଥିବା ୪୦ ଜଣଙ୍କ ମଧ୍ୟରେ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏଣୁ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରୁଛି ପୁଲିସ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ