୨୦ ଲକ୍ଷରୁ ଉର୍ଦ୍ଧ ଦୋକାନ ସାମଗ୍ରୀ ଚୋରୀ ଘଟଣାରେ ଏସଡିପିଓଙ୍କ ତଦନ୍ତ
ଗଂଜାମ, , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜମ ସହରର ଯୁବବେବ୍ୟସାହି ରାମକୃଷ୍ଣ ଖଡଙ୍ଗାଙ୍କ ବ୍ରାହ୍ମଣ ଢାମଣା ସାହି ସ୍ଥିତ ଗୋଦାମ ଘରରୁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଦୋକାନ ସାମଗ୍ରୀ ଚୋରି ଘଟଣାର ଶନିବାର ଛତ୍ରପୁର ଏସ.ଡି.ପି.ଓ ଗୌତମ କେଶବ ଫୋରେନସିକ ଟିମ ଓ ଅନୁସନ୍ଧାନି କୁକୁର ସହ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଅନ୍ୟପଟେ ଗଞ୍ଜାମ ଆଇ.ଆଇ.ସି ଦିଲୀପ କୁମାର ସାହୁ ଘଟଣାକୁ ଗୁରୁତ୍ୱ ସହ ନେଇ ବିଭିନ ସ୍ଥାନ ରେ ଚଢ଼ାଉ କରୁଥିବାର ଦେଖାଯାଇଛି । ସୂଚନାଯୋଗ୍ୟ, ରାମକୃଷ୍ଣ ଗତକାଲି ସକାଳେ ନିଜ ଗୋଦାମ ଘରକୁ ନିଜ ବାଇକ ବାହାର କରିବାକୁ ଯାଇଥିବାବେଳେ ଗ୍ରୀଲରେ ଲାଗିଥବା ତାଲାରେ ଚାବି ପୁରାଇଥିଲେ ବି ଯାଇନଥିଲା । ଏହାପରେ ସେ ପୁରୁଣା ତାଲା ଭଙ୍ଗା ଯାଇ ଏକ ଶାବଳ ସହ ପାର୍ଶ୍ଵ ରେ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗଞ୍ଜମ ଆଇ ଆଇ ସି ଦିଲିପ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଦୁର୍ବୁତ୍ତ ମାନେ ପକାଇଥିବ ନୂତନ ତାଲା ଭାଙ୍ଗି ଗୋଦାମ ଭିତରେ କୌଣସି ଦୋକାନୀ ସାମଗ୍ରୀ ନଥିବା ଦେଖିବାକୁ ମିଳିଥିଲା । କିଛି ପ୍ରତକ୍ଷ ଦର୍ଶୀ କଥାବାର୍ତ୍ତାରୁ ରାତ୍ର ପ୍ରାୟ ଏକ ଘଣ୍ଟ ସମୟ ରେ ମନ୍ଦିର ପାଖରେ ଏକ ଗାଡି ଥିବା ଜଣାପଡ଼ିଥିବା ବେଳେ, ଗୋଦାମ ସମ୍ମୁଖରେ ଏକ ଗାଡିର ଚିନ୍ହ ରହିଥିବାରୁ ଚାବି ଭାଙ୍ଗି ଗୋଦାମରୁ ସମସ୍ତ ଦୋକାନ ସାମଗ୍ରୀ ବାହାରକରି ଗାଡ଼ିରେ ନେଇଯାଇଥିବା ପୋଲିସି ଅନୁମାନ କରୁଛି । ସବୁଠାରୁ ଆଶ୍ଚର୍ୟ୍ୟର କଥା ଆଲୋକ ବେବସ୍ଥା ଥିବା ସ୍ୱତେ ଏଭଳି ଲୁଟ ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏଭଳି ଘଟଣା ପ୍ରଥମ ବୋଲି ଜଣାପଡିଛି ।ଚୋରି ସାମଗ୍ରୀ ପ୍ରାୟ ୨୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ରାମକୃଷ୍ଣ ଦର୍ଶାଇଥିବା ବେଳେ, ଏହି ଚୋରି ଘଟଣା ରେ କିଛି ଜଣାଶୁଣା ଲୋକ ଙ୍କର ହାତ ଥିବା ପୋଲିସ ଅନୁମାନ କରୁଥିବା ଜଣାପଡିଛି ।