୨୧ରେ ଗଂଜାମ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ପାଇଁ ପ୍ରସ୍ତୁତି ବୈଠକ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ର ସଭାଗୃହ ଠାରେ ଚଳିତ ମାସ ୨୧ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ପାଇଁ ପ୍ରସ୍ତୁତି ଓ ଜନ ଆରୋଗ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସୌମ୍ୟମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମିଳିତ ବୈଠକରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ , ଗଞ୍ଜାମ ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ , ୧୫ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା ଓ ଗଞ୍ଜାମ ବ୍ଲକ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସଲୀଳା ପ୍ରଧାନ ଯୋଗ୍ୟଦେଇଥିଲେ। ଏହି ଅବସରରେ ୨୧ ତାରିଖ ଗୁରୁବାର ଦିନ ହେବାକୁ ଥିବା ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗଦେଉଥିବାରୁ ଏହାର ଫାଇଦା କିପରି ଜନସାଧାରଣ ନେଇ ପାରିବେ ସେ ନେଇ PHEO- ସସ୍ମିତା ରାଣୀ ଜେନା ଗଞ୍ଜାମ ଆୟୁଷ ଡାକ୍ତର ବନଜ କୁମାର କର, ହୁମ୍ମା ଆୟୁଷ ଡ଼ାକ୍ତର ସସ୍ମିତା ପୃଷ୍ଟି,ଆଲୋକପାତ ପାତ କରିଥିଲେ । ପରେ ଖଣ୍ଡିଦେଉଳି ମେଡିକାଲ ଅନ୍ତର୍ଗତ ୧୫ ନମ୍ବର ଜୋନରେ ଆସୁଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକର ଆରୋଗ୍ୟ ଯୋଜନାରେ କିପରି ଉର୍ନତି କରଣ ହେବା ସହ ଆସୁଥିବା ରୋଗୀଙ୍କୁ କିପରି ଭଲ ସେବା ରେ ସୁଧାର ଅଣାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଏହିବୈଠକରେ ଗଞ୍ଜାମ ବ୍ଲକ ଏବିଡ଼ିଓ ଭବାନୀଷଙ୍କର ପ୍ରଧାନ, ବିଇଓ ଭାଗୀରଥି ବେହେରା, ଗଞ୍ଜାମ ମେଡିକାଲ ଅଫିସର ଡାକ୍ତର ପ୍ରକାଶ ଚନ୍ଦ୍ର ମିଶ୍ର, ହୁମ୍ମା ମେଡିକାଲ ଅଫିସର ଡାକ୍ତର ଚନ୍ଦ୍ର ଶେଖର ସୁବୁଦ୍ଧି, ଜନସ୍ୱାସ୍ଥ୍ୟ ବିଭଗ କନିଷ୍ଠ ଯନ୍ତ୍ରୀ ଶରତ ଚନ୍ଦ୍ର ସାହୁ, ,ଖଣ୍ଡୀଦେଉଳି ମେଡିକାଲ ପୋଗ୍ରାମ ଅଫିସର ସରୋଜ କୁମାର ମହାନ୍ତି, ଫାର୍ମାସିଷ୍ଟ ଶ୍ରୀମୟ  ରଥ,ହେଲଥ ସୁପର ଭାଇଜର ଆର. ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ