୨୧ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡି ନଷ୍ଟ କଲେ ପୋଲିସ ଓ ଅବକାରୀ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ରେ ଆରମ୍ଭ ହୋଇଛି ନୀଳ ଜୋହର ନଷ୍ଟ ଅଭିଯୋନ ଗଜପତି ଜିଲ୍ଲା ପାଳ ଓ ଏସପି ଜୟରାମ ଶତପଥୀ ଙ୍କ ନୋଦେଶ କ୍ରମେ ପ୍ରଥମ ଦିନ ରେ ଆର. ଉଦୟଗିରି ଥାନା ରୁ ଆରମ୍ଭ କରି୨୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ପୋଡି ନଷ୍ଟ କରିଛନ୍ତି ପୋଲିସ ଓ ଅବକାରୀ ବିଭାଗ । ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ଆର.ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଂଚାୟତ କାଟାମା ମୌଜାର ପ୍ରାୟ ୧୦୫ ଏକର ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷକୁ ପୋଡ଼ି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ । ଏହି ଅଭିଯାନରେ ଆର.ଉଦୟଗିରି ଏସ୍ଡିପିଓ ଦିଲୀପ କୁମାର ନାୟକ, ତହସିଲଦାର ନାରାୟଣ ବେହେରା.ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା,ଅବକାରୀ ବିଭାଗ ର ପ୍ରଭାତ ସେଠି, ବାଳକୃଷ୍ଣ ପରିଡା, ବିଙ୍ଗରାଜ ଦାମୀ, ଘନଶ୍ୟାମ ଜେନାଙ୍କ ସମେତ ପୋଲିସ, ଅବକାରୀ ଓ ରାଜସ୍ୱ ବିଭାଗର କର୍ମଚାରୀ ସାମିଲ ଥିବା ବେଳେ ଆଗକୁ ଏହି ଅଭିଯାନ ଜାରି ରହିବ ।ବୋଲି ଏସ୍ଡିପିଓ ଶ୍ରୀ ନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ