୨୧ ଠାରୁ ୨୨ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ପୁରୁଷୋତ୍ତମପୁରସ୍ଥିତ ନେତାଜୀ ମିନି ଷ୍ଟାଡିୟମ ଠାରେ ଜାନୁଆରୀ ୨୧ ଠାରୁ ୨୨ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଏନେଇ ଆଜି ବନ୍ତସ୍ଥିତ ଶାନ୍ତି ୟୁଥ୍ କ୍ଲବ ଆନୁକୂଲ୍ୟରେ ନେତାଜୀ ମିନି ଷ୍ଟାଡିୟମ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟରୁ ୩ ଓ ରାଜ୍ୟ ବାହାରୁ ୫ଟି ଦଳ ଅଂଶ ଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ଟ୍ରଫି ସହ ନଗଦ ୫୦ ହଜାର ଓ ଉପବିଜେତା ଦଳକୁ ଟ୍ରଫି ସହ ୩୦ ହଜାର ଅର୍ଥ ରାଶି ପ୍ରଦାନ କରାଯିବ । ଜାନୁଆରୀ ୨୧ରେ ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍-ଏ’ର ରାଇଜିଂ ଷ୍ଟୁଡେଣ୍ଟ, କଟକ ବନାମ ସି.ଟି.ସି ଜାମସେଦପୁର, ଟାଟା ମଧ୍ୟରେ ଅନୁଷ୍ଠିତ ହେବ । ଜାନୁଆରୀ ୨୨ରେ ୟୁନିୟନ୍ ସ୍ପୋଟିଂ, କଟକ ବନାମ ଶ୍ରୀଲତା କ୍ରିକେଟ ଏକାଡେମି, କୋଲକତା ଓ ଜାନୁଆରୀ ୨୩ରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୨୪ରେ ଗ୍ରୁପ୍-ବି’ର ପ୍ରୋଗ୍ରେସିଭ୍, ଝାରସୁଗୁଡା ବନାମ ୟୁନାଇଟେଡ ଇଲେଭେନ୍, ରାଞ୍ôଚ ଏବଂ ଜାନୁଆରୀ ୨୫ରେ ଇକୋ ରେଲୱେ, ୱାଲଟେୟାର ଡିଭିଜନ, ବିଶାଖାପଟ୍ଟନମ୍ ବନାମ ଏନ୍.ଏନ୍.ଏସ. କ୍ରିକେଟ ଏକାଡେମୀ, ଆଲାହାବାଦ ଏବଂ ଜାନୁଆରୀ ୨୬ରେ ୨ୟ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଜାନୁଆରୀ ୨୮ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟିର ସଂପାଦକ ସୁବାଷ ଚନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି । ଟୁର୍ଣ୍ଣାମେଣ୍ଟକମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଜୟ କୁମାର ନାୟକ, ମୁକ୍ତିକାନ୍ତ ସାହୁ, ପୂର୍ଣ୍ଣ ଚନ୍ଦ୍ର ପୃଷ୍ଟି, ଅରୁଣ କୁମାର ନାୟକ, ସଞ୍ଜୟ ମଜୁମ୍ଦାର, ପ୍ରଶାନ୍ତ ସାହୁ, ସାଇପ୍ରସାଦ ସାହୁ, ସଞ୍ଜିବ ବେହେରା, ଶିଶିର ବିଶ୍ୱାଳ, ଧନଞ୍ଜୟ ବିଶ୍ୱାଳ, ଭାଗିରଥି ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।