୨୧ ଦିନ ଘରେ ନରହିଲେ ୨୧ ବର୍ଷ ତଳକୁ ଚାଲିଯିବ ଦେଶ
କରୋନା ଭାଇରସର ବ୍ୟାପକତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଦେଶବାସୀଙ୍କୁ ସମ୍ୱୋଧିତ କରିଛନ୍ତି । କହିଛନ୍ତି କରୋନା ଏବେ ଖୁବ୍ ଜୋରରେ ପ୍ରସାରିତ ହେଉଛି । ଏଣୁ ଏହାକୁ ରୋକିବା ମୁସ୍କିଲ୍ ହୋଇଯାଇଛି । ଲୋକଙ୍କୁ ଏହାକୁ ଗମ୍ଭୀରତାର ସହ ନେଇ କେବଳ ଗୋଟିଏ ବିକଳ୍ପ ଥିବା କଥା କହିଛନ୍ତି । କେବଳ ସୋସିଆଲ ଡିଷ୍ଟାନ୍ସ ଅର୍ଥାତ୍ ପରସ୍ପର ଠାରୁ ଦୂରତା ରକ୍ଷା କରିବା ଗୋଟିଏ ମାତ୍ର ପ୍ରମୁଖ ଅସ୍ତ୍ର ବୋଲି ମୋଦି କହିଛନ୍ତି ।ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି , ଯାହା ବି ଦେଇଯାଉ , ଘରେ ହିଁ ରହିବା । ଏହି ଦୃଢ଼ତା ରହିବା ଦରକାର । ଘରର ଲକ୍ଷଣ ରେଖା ଏହା ହେଉ । ଆମକୁ ସଂକ୍ରମଣକୁ ରୋକିବାକୁ ହେବ । ଲୋକଙ୍କ ହିତ ପାଇଁ , ଆମକୁ କଡ଼ା ନିଷ୍ପତ୍ତି ନେବାକୁ ପଡ଼ିଛି । ଆଜି ରାତି ୧୨ଟା ଠାରୁ ୩ ସପ୍ତାହ ଯାଏ ପୁରା ଦେଶରେ ଲକ୍ଡାଉନ ଘୋଷଣା କରାଯାଉଛି ।ଏହାଏକ ପ୍ରକାର କର୍ଫ୍ୟୁ ବୋଲି ସମସ୍ତେ ଭାବିବେ । ଯଦି ଏହି ୨୧ଦିନକୁ ନମାନିବା ତ ଆମ ଦେଶ ୨୧ ବର୍ଷ ତଳକୁ ଚାଲିଯିବ । ଏଣୁ ,ସାମଜିକ ଦୂରତା ନିହାତି ଦରକାର । ଏଣୁ ଥରେ ନିଜ ସହ ନିଜ ପରିବାର ଓ ଦେଶ କଥା ଚିନ୍ତା କର ବୋଲି ମୋଦି ଦେଶବାସୀଙ୍କୁ କହିଛନ୍ତି ।ଶେଷରେ ଜୀବନ ବଂଚାଇବା ପାଇଁ ଯାହା ଜରୁରୀ ତା ଉପରେ ପ୍ରାଥମିକତା ଦେବା ଉଚିତ୍ ବୋଲି କହିଛନ୍ତି ମୋଦି


