ରାଣ ଖାଇ କରୋନା ରୋକିବାକୁ ପରାମର୍ଶ ଦେଲେ ନବୀନ, ଶପଥ କରି ଭିଡିଓ ସେୟାର କରିବାକୁ କହିଲେ

କରୋନା ପାଇଁ ସାରା ବିଶ୍ୱ ଚିନ୍ତାରେ।ସବୁ ଦେଶ ମିଶି ଏହାର ମୁକାବିଲା ପାଇଁ ଲାଗିପଡିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଭୟଭୀତ ନହୋଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟ ମଧ୍ୟ ଏଥିପାଇଁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସହ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହାର ନାଁ ହେଉଛି ‘ମୋ ଜୀବନ କାର୍ଯ୍ୟକ୍ରମ’ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ବାହାରକୁ ନଯିବା ପାଇଁ ବ୍ୟକ୍ତିଗତ ଭାବେ ଶପଥ ନେବାକୁ ଅପିଲ୍ କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନା ଭାଇରସ ଚୀନରେ ଥିଲା । ବହୁତ ଦୂରରେ ଥିଲା । ଏବେ ଏହା ଆମ ପାଖକୁ ଆସିଛି । କିନ୍ତୁ ଆମେ ଏହାକୁ ଘରେ ପୂରେଇବାକୁ ଦେବାନି । ଆମେ ସମସ୍ତେ ଶପଥ ନେବା ଯେ ଆମେ ଘରୁ ବାହାରିବାନି । ଏବଂ ସାବଧାନତା ଅବଲମ୍ବନ କରି ଘରେ ରହିବା । ଯଦି ଜରୁରୀ କାମ ପାଇଁ ବାହାରକୁ ଯିବା ତେବେ ଘରେ ପଶିବା ସମୟରେ ୨୦ ସେକେଣ୍ଡ ହାତ ଧୋଇ ଘରେ ପଶିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ‘ମୋ ଜୀବନ କାର୍ଯ୍ୟକ୍ରମ’ ମାଧ୍ୟମରେ ସମସ୍ତେ ଏହି ଶପଥ ନେଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ତାଙ୍କ ସହ ସେୟାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ