‘୨୧ ସ୍ୱାଗତମ ୨୧’ ଚିତ୍ରକଳା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ‘୨୧ ସ୍ୱାଗତମ ୨୧’ ଶୀର୍ଷକ ୪ ଦିବସୀୟ ଅନଲାଇନ କଳାଶିବିର ଆଜି ଶେଷ ଦିନରେ ୱେବିନାର ଜରିଆରେ ଉଦ୍‌ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଳନା କରିଥିଲେ । ଇଷ୍ଟର୍ଣ୍ଣ ଫାଉଣ୍ଡେସନର ସଭାପତି ପ୍ରଦୀପ୍ତ ଦାସ ସମସ୍ତ ଚିତ୍ରଶିଳ୍ପୀମାନଙ୍କୁ ସାଧୁବାଦ ଦେବା ସହିତ ନୂଆ ବର୍ଷର ମଙ୍ଗଳ କାମନା କରିଥିଲେ । ଚିତ୍ରଶିଳ୍ପୀମାନେ ସମାଜ ଓ କଳାର ଉନ୍ନତି ପାଇଁ ପ୍ରତିକାରବଦ୍ଧ ରହିବା ଦରକାର । ଏହାଦ୍ୱାରା ସମାଜକୁ ନୂଆ ଦିଗଦର୍ଶନ ମିଳିପାରିବ । ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ କଳାକୃତିର ଭୂୟସୀ ପ୍ରଶଂସା କରିଥିଲେ । ଦିଲ୍ଲୀର ଚିତ୍ରଶିଳ୍ପୀ ଡଃ ନିରଜା ପିଟର୍ସ ଇ.ଏଫ୍‌.ଏ.ସିର ନିସ୍ୱାର୍ଥ ପ୍ରୟାସ ଯୋଗୁ ମହାମାରୀ ସମୟରେ ଭାରତବର୍ଷର ଶିଳ୍ପୀମାନେ ନୂଆ କାମ କରିବାର ପ୍ରେରଣା ପାଇଥିଲେ । ଏହା ୨୦୨୧ ପାଇଁ ଏକ ଶୁଭାରମ୍ଭ ଅଟେ । ଚଣ୍ଡିଗଡ଼ କଳା ମହାବିଦ୍ୟାଳୟର ଅଧ୍ୟାପକ ଲକ୍ୱିନ୍ଦର ସିଂ କଳା ଶିବିର ସମସଙ୍କୁ ଉତ୍ସାହ ପ୍ରଦାନ କରିଛି ବୋଲି କହିବା ସହିତ ଟ୍ରାଫିକସର ନୂଆ ଟେକନିକ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶାର ବରିଷ୍ଠ ଚିିତ୍ରଶିଳ୍ପୀ ପଞ୍ଚାନନ ସାମଲ ଏହି ଅନଲାଇନ ଶିବିର ଦ୍ୱାରା ନିଜର ଚିତ୍ର ପ୍ରଦର୍ଶନ ସହିତ ଭାରତର ବିଭିନ୍ନ ପ୍ରାନ୍ତରେ ଶିଳ୍ପୀମାନେ ଥାଇ ମଧ୍ୟ ନୂଆବର୍ଷରେ ଗୁଗୁଲ ପ୍ଲାଟଫର୍ମରେ ସମସ୍ତେ ନିଜର ଭାବନାକୁ କ୍ୟାନଭାସରେ ପ୍ରକାଶିତ କରି କଳାଚର୍ଚ୍ଚା କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଳେ । ନୋଇଡ଼ାର ପ୍ରଲୋୟ କୁଣ୍ଡୁ ଏହି କାର୍ଯ୍ୟକ୍ରମର ଭୂରି ଭୂରି ପ୍ରଶଂସା କରିଥିଲେ । ଅନ୍ୟ କଳାକାର ଯଥା ଆର୍ଯ୍ୟପ୍ରଜ୍ଞା, କିଶୋର ନାୟକ, ଅନୁପମା ଦେ, କାମିନୀକାନ୍ତ ସ୍ୱାଇଁ, ଡଃ ଶାଳିନୀ ସିଂ, ମାନସ ସେଠି, ସ୍ୱାତି ଜୈନ, ରାଜା ଗୋପାଳ, ସନ୍ଦୀପ ଦେବ, ରଘୁନାଥ ଜେନା, ଦେବଦତ୍ତ ସାହୁ, ଅରୁଣ ଚନ୍ଦ୍ର ବର୍ମଣ, ଅଜୟସିଂ ରାଜପୁରୋହିତ ପ୍ରମୁଖ ନିଜର ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ବାଲେଶ୍ୱର ନିକୁଞ୍ଜ ବିହାରୀ ଦାସ ଓଡ଼ିଆ ପରମ୍ପରାର କଥାବସ୍ତୁ ତପୋଇ ଉପରେ ଚିତ୍ର ଆଙ୍କି ପ୍ରଶଂସିତ ହୋଇଥିଲେ । ଫାଉଣ୍ଡେସନର ସଭ୍ୟ ୟାଥୀଶ କସରଗଡ଼ ଏହି ଶିବିର ପୂର୍ଣ୍ଣମାତ୍ରାରେ ସଫଳ ହୋଇଛି ବୋଲି କହିଥିଲେ । ସମ୍ପାଦକ ମନୋଜ ଷଣ୍ଢ ସମସ୍ତ କଳାକାର ଓ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ