୨୨ଏପ୍ରିଲରୁ ୧୧୨ଟି ରେକରେ ୩.୧୩ ଲକ୍ଷ ଟନ ଖାଦ୍ୟଶସ୍ୟ ନେଇ ରେକର୍ଡ କଲା ଭାରତୀୟ ରେଳପଥ

ନୂଆଦିଲ୍ଲୀ : କୋଭିଡ-୧୯ ଯୋଗୁ ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ ସମୟରେ ନିଜର ମାଲ ପରିବହନ ସେବା ମାଧ୍ୟମରେ ଖାଦ୍ୟଶସ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତୀୟ ରେଳପଥ ଲଗାତାର ପ୍ରୟାସ ଜାରି ରଖିଛି । ପ୍ରତ୍ୟେକ ଭାରତବାସୀଙ୍କ ରୋଷେଇ ଘରେ ସ୍ବାଭାବିକ ଭାବେ ଖାଦ୍ୟପ୍ରସ୍ତୁତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ, ଭାରତୀୟ ରେଳପଥ କେବଳ ୨୨ ଏପ୍ରିଲ ୨୦୨୦ରେ ଗୋଟିଏ ଦିନରେ ୧୧୨ଟି ରେକ ଜରିଆରେ ପାଖାପାଖି ୩.୧୩ଲକ୍ଷ ଟନ ଖାଦ୍ୟଶସ୍ୟ ଲଦି ରେକର୍ଡ କରିପାରିଛି । ପୂର୍ବରୁ ସର୍ବାଧିକ ଖାଦ୍ୟ ଶସ୍ୟ ଲଦିବାର ରେକର୍ଡ ଭାରତୀୟ ରେଳପଥ ୯ ଏପ୍ରିଲ ୨୦୨୦ରେ କରିଥିଲା। ଏହି ସମୟରେ ୯୨ଟି ରେକରେ ପ୍ରାୟ ୨.୫୭ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦା ଯାଇଥିଲା। ଏଥିପୂର୍ବରୁ ୧୮ ଏପ୍ରିଲ ୨୦୨୦ରେ ୮୯ଟି ରେକରେ ୨.୪୯ ଲକ୍ଷ ଟନ ଖାଦ୍ୟଶସ୍ୟ ଲଦାଯିବାର ରେକର୍ଡ ହୋଇଥିଲା । ଭାରତୀୟ ରେଳପଥ ୦୧.୦୧.୨୦୨୦ ଠାରୁ ୨୨.୦୪.୨୦୨୦ ମଧ୍ୟରେ ମୋଟ ୪.୫୮ ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରିଛି। ଗତ ବର୍ଷ ଏହି ଅବଧି ସମୟରେ ୧.୮୨ ମିଲିୟନ ଟନ ଖାଦ୍ୟଶସ୍ୟ ଲଦି ପରିବହନ କରାଯାଇଥିଲା । ଦେଶବ୍ୟାପୀ ଲକଡାଉନ ଚାଲିଥିବା ସମୟରେ ଠିକ ସମୟରେ ଖାଦ୍ୟଶସ୍ୟ ଭଳି କୃଷି ଉତ୍ପାଦ ପରିବହନ ଏବଂ ଯୋଗାଣ ସୁନିଶ୍ଚିତ କରିବା ଲାଗି ରେଳପଥ ପକ୍ଷରୁ ଉଦ୍ୟମ କରାଯାଉଛି। ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଲଦିବା, ପରିବହନ କରିବା ଓ ଯୋଗାଣ କରିବା କାର୍ଯ୍ୟ ଖୁବ ଜୋରସୋରରେ ଚାଲିଛି। କୃଷି ମନ୍ତ୍ରଣାଳୟ ସହିତ ନିବିଡ଼ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ