୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । କୋଭିଡ ୧୯ ମୁକାବିଲା ପାଇଁ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ସେହିଭଳି ଅର୍ଥ, କୃଷି ଓ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି ।
ପ୍ରକାଶ ଯେ, କରୋନା ଯୋଗୁଁ ତାଲାବନ୍ଦ ପରିସ୍ଥିତି ରାଜ୍ୟର ସମ୍ବଳ ସଂଗ୍ରହକୁ ପ୍ରଭାବିତ କରିଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଓଡ଼ିଶା ସରକାର କେବଳ ସ୍ୱାସ୍ଥ୍ୟ ସେବା ଛାଡ଼ି ଦେଲେ ଅନ୍ୟ ସମସ୍ତ ବିଭାଗର ଖର୍ଚ୍ଚକୁ ସଂକୁଚିତ କରିଛନ୍ତି । ଏପରି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଯୋଜନା ବାବଦରେ ମିଳିବାକୁ ଥିବା ଅର୍ଥ ଆସିବା ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି । ତୁରନ୍ତ ଆର୍ଥିକ ସ୍ଥିତିକୁ ସମ୍ଭାଳିବା ପାଇଁ କିଛି ନୂତନ ବାଟ ବାହାର କରିବା ଲାଗି ଯୋଜନା ସରକାର ଯୋଜନା କରୁଛନ୍ତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
କ୍ୟାବିନେଟ୍ ବୈଠକ ପରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ । ବିଭିନ୍ନ ଅର୍ଡିନାଂସ୍‌କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିପାରେ। ଏହାସହ ଅର୍ଥ, ପୂର୍ତ୍ତ, ଶକ୍ତି, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ ଭଳି ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ । ଏଥିସହିତ ମନ୍ତ୍ରୀ ପରିଷଦ ବୈଠକରେ ବର୍ଷକରେ ବିଭିନ୍ନ ବିଭାଗର କାର୍ୟ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିକାଶ ମନ୍ତ୍ର ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ