୨୨ମାସର ସର୍ବନିମ୍ନ ସ୍ତରରେ ପାଇକାରୀ ମୁଦ୍ରାସ୍ଫିତି

ନୂଆଦିଲ୍ଲୀ, (ଏଜେନ୍ସି): ପାଇକାରୀ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ଫିତି ମଇରେ ଗତ ୨୨ମାସର ନିମ୍ନତମ ସ୍ତରକୁ ଯାଇ ୨.୪୫%ରେ ରହିଛି । ପାଇକାରୀ ମୁଦ୍ରାସ୍ଫିତି କମିବାର ପ୍ରମୁଖ କାରଣ ଖାଦ୍ୟ ସାମଗ୍ରୀ, ଇନ୍ଧନ ଓ ବିଦ୍ୟୁତ୍ ମୂଲ୍ୟରେ ହ୍ରାସ୍ ବୋଲି ଉଲ୍ଲେଖ କରାଯାଇଛି । ପାଇକାରୀ ମୂଲ୍ୟ ସୂଚକାଂଙ୍କ ଆଧାରିତ ମୁଦ୍ରାସ୍ଫିତିର ଅଧିକାରିକ ଆକଳନ ଶୁକ୍ରବାର ଜାରି କରାଯାଇଛି । ଆକଳନ ଅନୁସାରେ ଜୁଲାଇ ୨୦୧୭ରେ ପାଖାପାଖି ୨୨ମାସ ପରେ ପାଇକାରୀ ମୁଦ୍ରାସ୍ଫିତିର ଏହା ସବୁଠାରୁ ନିମ୍ନତମ ସ୍ତର । ଜୁଲାଇ ୨୦୧୭ରେ ଏହାର ହାର ୧.୮୮% ଥିଲା । ଏପ୍ରିଲ୍ ୨୦୧୯ରେ ଏହା ୩.୦୭% ରହିଥିବା ବେଳେ ମଇ ୨୦୧୮ରେ ଏହା ୪.୭୮% ଥିଲା । ଖାଦ୍ୟ ବସ୍ତୁରେ ପାଇକାରୀ ମୁଦ୍ରାସ୍ଫିତି ହାର ୬.୯୯% ରହିଥିବା ବେଳେ ଏପ୍ରିଲ୍ରେ ଏହା ୭.୩୭% ଥିଲା । ମାସିକ ହାରରେ ପିଆଜ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ମୁଦ୍ରାସ୍ଫିତି ହାର ୧୫.୮୯% ରହିଛି । ପନିପରିବାର ପାଇକାରୀ ମୁଦ୍ରାସ୍ଫିତି ଏହି ସମୟରେ ମନ୍ଥର ହୋଇ ୩୩.୧୫% ରହିଥିବା ବେଳେ ଏପ୍ରିଲ୍ରେ ଏହା ୪୦.୬୫% ଥିଲା । ଆଳୁର ପାଇକାରୀ ମୁଦ୍ରାସ୍ଫିତି ମଇରେ ହ୍ରାସ୍ ପାଇ ଶୁନରୁ ୨୩.୩୬% ନିମ୍ନରେ ରହିଥିବା ବେଳେ ଏପ୍ରିଲ୍ରେ ଏହା ଶୁନଖରୁ ୧୭.୧୫% ନିମ୍ନରେ ଥିଲା । ଇନ୍ଧନ ଏବଂ ବିଦ୍ୟୁତ୍ କ୍ଷେତ୍ରରେ ମୁଦ୍ରାସ୍ଫିତି ହାର ହ୍ରାସ୍ ପାଇ ୦.୯୮%ରେ ରହିଛି । ଯାହାକି ଗତ ମାସରେ ୩.୮୪% ଥିଲା । ବିନିର୍ମାଣ ସାମଗ୍ରୀର ମୂଲ୍ୟରେ ମଧ୍ୟ ହ୍ରାସ୍ ଦେଖିବାକୁ ମିଳିଛି । ମଇରେ ଏହାର ମୁଦ୍ରାସ୍ଫିତି ହାର ୧.୨୮% ରହିଥିବା ବେଳେ ଏପ୍ରିଲ୍ରେ ୧.୭୨% ଥିଲା । ମାର୍ଚ୍ଚର ପାଇକାରୀ ମୁଦ୍ରାସ୍ଫିତିରେ ସଂଶୋଧିତ ଆକଳନ ମଧ୍ୟ ଜାରି କରାଯାଇଛି । ମାର୍ଚ୍ଚର ସଂଶୋଧିତ ମୁଦ୍ରାସ୍ଫିତି ୩.୧୦% ରହିଥିବା ବେଳେ ଅନୁମାନିତ ଅସ୍ଥାୟୀ ଆକଳନରେ ଏହା ୩.୧୮% ଥିଲା । ଚଳିତ ସପ୍ତାହର ପ୍ରାରମ୍ଭରେ ଖୁଚୁରା ମୁଦ୍ରାସ୍ଫିତିର ଆକଳନ ମଧ୍ୟ ଜାରି କରାଯାଇଥିଲା । ମଇରେ ଉପଭୋକ୍ତା ମୂଲ୍ୟ ସୂଚକାଂକ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫିତି ୭ମାସର ଉଚ୍ଚତମ ସ୍ତର ତଥା ୩.୦୫%ରେ ରହିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍ବିଆଇ ଦ୍ୱାରା) ମୁଦ୍ରାନୀତି ଧାର୍ଯ୍ୟ କରିବାରେ ଖୁଚୁରା ମୁଦ୍ରାସ୍ଫିତି ଆକଳନ ଉପରେ ମଧ୍ୟ ଧ୍ୟାନ ଦିଆଯାଏ । ୬ଜୁନ୍ରେ ଜାରି ମୁଦ୍ରାନୀତି ସମୀକ୍ଷାରେ କେନ୍ଦ୍ରୀୟ ବ୍ୟାଙ୍କ୍ ନୀତିଗତ ଶୁଳ୍କ ହାର ତଥା ରେପୋ ରେଟ୍କୁ ହ୍ରାସ୍ କରି ୫.୭୫% କରିଥିଲେ । ଯାହାକି ପୂର୍ବରୁ ୬% ଥିଲା । ରିଜର୍ଭ ବ୍ୟାଙ୍କ୍ ୨୦୧୯-୨୦ର ପ୍ରଥମ ଷାଣ୍ମାସିକରେ ମୁଦ୍ରାସ୍ଫିତି ୩ରୁ ୩.୧% ରହିବାର ସମ୍ଭାବନା ଦର୍ଶଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ