୨୩ତମ ତର୍ଜୁମାନ ସାହିତ୍ୟ ସଭା ଅନୁଷ୍ଠିତ

ବାଲେଶ୍ୱର,: ଆଞ୍ଚଳିକ ଗଣମାଧ୍ୟମ ‘ଅପନା ତର୍ଜୁମାନ’ କେବୁଲ ଟିଭି ଚ୍ୟାନାଲ ଦ୍ୱାରା ଆୟୋଜିତ ୨୩ତମ ‘ତର୍ଜୁମାନ ସାହିତ୍ୟ ସଭା’ ୧୫ସେପ୍ଟେମ୍ବର ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କବିତା ଆସରରେ ସୋମନାଥପୁର ଶାନ୍ତି କମିଟିର ସଭାପତି ଶ୍ରୀ ଧିରେନ୍ଦ୍ରନାଥ ମହାପାତ୍ର ଏବଂ ମୂଖ୍ୟ ଉପଦେଷ୍ଟା ଶ୍ରୀ ଅବଦୁଲ କାସିମ ଖାଁ ଯୋଗଦାନ କରି ସମାଜରେ ଭାଇଚାରା ଓ ସଦଭାବନାର ଗୁରତ୍ୱ ଉପରେ ବକ୍ତବ୍ୟ ରଖିଥିଲେ ଏବଂ ୨୨ତମ ଆସରେ କବି ମଧୁସୂଦନ ମିଶ୍ରଙ୍କ କବିତା ପ୍ରଥମ ସ୍ଥାନ ଅଧିକାର କରିଥିବା ହେତୁ ତାଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । କବି ଇନାୟତ ଅଲୀ ଖାଁ ଓ କବି ମଧୁସୂଦନ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ କଟକରୁ ବରିଷ୍ଠ ଉର୍ଦ୍ଦୁ କବି ଶମିଉଲ ହକ ଶାକୀର, ବାଲେଶ୍ୱରର ସୁନାମଧନ୍ୟ କବି ଓ ସଂଯୋଜକ ସନ୍ୟସୀ ପାତ୍ର, ସମର ବଲ୍ଲଭ ଭୋଇ, ପ୍ରବୀର କମିଳା, ରଣଜିତ କୁମାର ପୃଷ୍ଟି, କବୟିତ୍ରୀ ମମତା ରଥ, ପ୍ରଗତି ପଣ୍ଡା, ଆଭାମୟୀ ବାରିକ, ଯୁବ କବି ପ୍ରକାଶ ରଞ୍ଜନ ରାଉତଙ୍କ ସହ ‘ତର୍ଜୁମାନ ସାହିତ୍ୟ ସଭା’ ପରିଚାଳନା କମିଟିର ସଦସ୍ୟ ସୁବାସ ସ୍ୱାଇଁ, ଡ. ରତ୍ନାକର ସିଂହ, ଇନାୟତ ଅଲୀ ଖାଁ ଓ ଉର୍ଦ୍ଦୁ କବି ଅଜିମ ବାଲେଶ୍ୱରୀ ନିଜ ନଜର ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ ଆସରରେ ପାଠକରା ଯାଇଥିବା କବିତା ଗୁଡ଼ିକ ମଧ୍ୟରୁ କଟକରୁ ଆସିଥିବା ଉର୍ଦ୍ଦୁକବି ଶମିଉଲ ହକ ଶାକୀରଙ୍କ କବିତାଟି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇନାୟତ ଅଲୀ ଖାଁଙ୍କ କବିତା ଦ୍ୱିତୀୟ ଏବଂ କବି ସନ୍ୟାସୀ ପାତ୍ରଙ୍କ କବିତା ତୃତୀୟ ସ୍ଥାନ ଅଧିକାର କରିଥିଲା । ଅପନା ତର୍ଜୁମାନ କେବୁଲ ଟିଭି ଚ୍ୟାନାଲର ସହ ସମ୍ପାଦକ ଅଜୀମ ବାଲେଶ୍ୱରୀ ଫଳାଫଳ ଘୋଷଣାଚରିବା ସହ ସମସ୍ତ କବି କବୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ