୨୩୫ ଟଙ୍କା ବଢିଲା ସୁନା
ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବଡ଼ ଧରଣର ବୃଦ୍ଧି ଯୋଗୁଁ ଏହାର ଦାମ ମହଙ୍ଗା ହୋଇଛି । ଯଦ୍ୱାରା ବୁଧବାର ଦିଲ୍ଲୀ ସର୍ଫା ବଜାରରେ ସୁନା ୧୦ଗ୍ରାମ ପ୍ରତି ୨୩୫ଟଙ୍କା ମହଙ୍ଗା ହୋଇ ୩୩,୩୮୫ଟଙ୍କାରେ ବିକ୍ରି ହୋଇଛି । ଏହି ସୂଚନା ଅଲ୍ ଇଣ୍ଡିଆ ସର୍ଫା ଆସୋସିଏସନ୍ ପକ୍ଷରୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଉଦ୍ୟୋଗିକ ୟୁନିଟ୍ ତଥା ମୁଦ୍ରା ନିର୍ମାଣକାରୀଙ୍କ ଚାହିଦା ବଢ଼ିବା ଯୋଗୁଁ ରୁପା କିଲୋପ୍ରତି ୩୯,୭୧୦ ଟଙ୍କାରେ ବିକ୍ରି ହୋଇଛି । ବିଶ୍ୱର ଅନ୍ୟ ପ୍ରମୁଖ ମୁଦ୍ରା ତୁଳନାରେ ଡଲାରରେ ଚାପ ଯୋଗୁଁ ଅନ୍ତରାଷ୍ଟ୍ରୀୟ ବଜାରରେ ଉଭୟ ମୂଲ୍ୟବାନ ଧାତୁରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ସ୍ଥାନୀୟ ବଜାରରେ ଦେଖିବାକୁ ମିଳିଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଲଣ୍ଡନର ସୁନା ଆଉନ୍ସ ପ୍ରତି ୩.୦୭ ଡଲାର ବୃଦ୍ଧିରେ ୧,୩୦୪.୭୦ ଡଲାରରେ ରହିଛି । ଏପ୍ରିଲ୍ରେ ଆମେରିକା ସୁନା ୬.୧୦ଡଲାର ବୃଦ୍ଧି ପାଇ ଆଉନ୍ସ ପ୍ରତି ୧,୩୦୪.୨୦ଡଲାରରେ ରହିଛି । ଏହି ସମୟରେ ରୁପା ଆଉନ୍ସ ପ୍ରତି ୦.୦୨ ଡଲାର ବୃଦ୍ଧିରେ ୧୫.୪୫ଡଲାରରେ ପହଞ୍ଚିଛି ।