୨୩୯ କେଜି ଗଞ୍ଜେଇସହ ଜଣେ ଗିରଫ
ମୋହନ, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବାଥାନା ପୋଲିସ ଆଜି ପେଟ୍ରୋଲିଙ୍ଗ ବେଳେ ଗଞ୍ଜେଇସହ ଜଣଙ୍କୁ ଗିରଫ କରିଛି ଘଟଣା ରୁ ପ୍ରକାଶ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ଅଡବାଥାନା ଅଧିକାରୀ ଦାଇତ୍ୱରେ ଥିବା ଆଲୋକ ରଞ୍ଜନ ଜଗଦଲା ଓ ତାଙ୍କ ଟିମ ସକାଳ ଗୁଲୁବାଓ ବିରିକୁଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଗୁଲୁବା ପଞ୍ଚାୟତର କାମପଦା ଗାଁ ନିକଟରେ ଉକ୍ତ ଗାଁର ବସନ୍ତ ବିର୨୭ ରାସ୍ତା କଡରେ୧୦ଟି ବସ୍ତା ଲୁଚାଇ କୌଣସି ଏକ ଗାଡିକୁ ଅପେକ୍ଷା କରିଥିଲେ ସେହି ସମୟରେ ପେଟ୍ରୋଲିଙ୍ଗ ଫେରୁଥିବା ବେଳେ ଉକ୍ତ ବ୍ୟକ୍ତି କୁ ଦେଖି ଗାଡି ରଖି ପଚାରିବା ବେଳେ୧୦ଟି ବସ୍ତାରେ ୨୩୯କେଜି ଗଞ୍ଜେଇଜବତ କରିଛି ପୋଲିସ ଉକ୍ତ ଗଞ୍ଜେଇ ମୋହନା ବିଡିଓ ବଂଶୀଧରଖୁସଲା ଉପସ୍ଥିତରେ ଓଜନ କରାଯାଇଛି ଏହାର ମୂଲ୍ୟ୧୦ଲକ୍ଷ୍ୟରୁ ଉର୍ଦ୍ଧ୍ବହେବ ବୋଲି ଥାନା ପକ୍ଷରୁ ଜଣା ପଡ଼ିଛି


