୨୪ ତମ ଆନ୍ତଃରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ସମ୍ବଲପୁର ଏବଂ ରାଇରଙ୍ଗପୁର ଦିତୀୟ ସେମିଫାଇନାଲକୁ ଉନ୍ନିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ଶୁକ୍ରବାର ଦିନ ୨୪ ତମ ଆନ୍ତଃ ରାଜ୍ୟଦିତୀୟ ଦିବସରେ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦିତୀୟ କ୍ୱାର୍ଟର ଫାଇନାଲ ଖେଳ ପ୍ରର୍ଥମାର୍ଦ୍ଧରେ ସମ୍ବଲପୁର ଏବଂ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ସମ୍ବଲପୁର ବିଜୟୀ ହୋଇଥିଲା । ସେହିପରି ଅପରାହ୍ନରେ ଦିତୀୟ କ୍ୱାର୍ଟର ଫାଇନାଲ ଖେଳ ରାଇରଙ୍ଗପୁର ଏବଂ ରାଞ୍ଚି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଇରଙ୍ଗପୁର ଦଳ ରାଞ୍ଚି କୁ ହରାଇ ସେମିଫାଇନାଲକୁ ଉନ୍ନିତ ହୋଇଛି । ଶନିବାର ଦିନ ସମ୍ବଲପୁର ଏବଂ ରାଇରଙ୍ଗପୁର ମଧ୍ୟରେ ଦିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ଓଡ଼ିଶା କ୍ରିକେଟ ଆସୋସିଏସନର ଅମ୍ପାୟାର ଶ୍ରୀ ଦୁର୍ଗା ପଟନାୟକ, ଝାଡ଼ଖଣ୍ଡ କ୍ରିକେଟ ଆସୋସିଏସନ୍ ର ଅମ୍ପାୟାର ଦିଲିପ ଚୌଧୁରୀ,ସଂପାଦକ ପଞ୍ଚୁ ଲୋହାର,ଶ୍ୟାମ ସୁନ୍ଦର ଜ୍ୟୋତିଷ,ପ୍ରଦୀପ ରାଉତ,ଉକୁଲ, କ୍ରିକେଟ ପ୍ରେମୀ, ଦର୍ଶକ ପ୍ରମୁଖ ସାମିଲ ହୋଇ ଫିତା କାଟି ଖେଳର ଶୁଭାରମ୍ଭ କରିବା ସହ ଖେଳ ପଡିଆକୁ ଯାଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ହଜାର ହଜାର ଦର୍ଶକ ଓ କ୍ରିକେଟ ପ୍ରେମୀ ପଡ଼ିଆରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ରେଫେରୀ ଭାବେ ପଞ୍ଚୁ ଲୋହାର ଦାୟିତ୍ଵ ନିର୍ବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ