୨୫ ଦିନ ପରେ କଣାସରେ ବିଦ୍ୟୁତ୍ ଜଳିଲା

କଣାସ (ଜୁଗାବ୍ଦ ନ୍ୟୁଜ୍‍): ଗତ ୩ ତାରିଖ ଫନି ବାତ୍ୟାରେ କଣାସ ବ୍ଲକରେ ସର୍ବାଧିକ କ୍ଷତିଗ୍ରସ୍ତ ହେବାସହ ସମସ୍ତ ବିଦ୍ୟୁତ୍ ଖୁଣ୍ଟ ଓ ସବଷ୍ଟେସନ ଭାଙ୍ଗି ପଡିଥିବାରୁ ଦୀର୍ଘ ୨୫ଦିନ ହେଲା କଣାସ ଅଞ୍ଚଳ ଅନ୍ଧାରରେ ରହିଥିଲା । ତେବେ ୨୭ ତାରିଖ ଦିନ କଣାସକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ଜଣାପଡ଼ିଛି । ସେସୁର ଶତାଧିକ ବିଦ୍ୟୁତ୍ କର୍ମଚାରୀ ଓ ଫେଡକୋର ୫୫ଜଣ କର୍ମଚାରୀ ପ୍ରଚଣ୍ଡ ରୌଦ୍ରତାପ ସହାୟତ କରି ନୂତନ ବିଦ୍ୟୁତ୍ ଖୁଣ୍ଟ ପକାଇବା, ବିଦ୍ୟୁତ୍ ତାର ଟାଣିବା ଓ ଭାଙ୍ଗିପଡିଥିବା ସବଷ୍ଟେସନମାନ ଗୁଡିକ ମରାମତି କରି ୨୭ତାରିଖ ଦିନ ସମଗ୍ର ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ କରିଥିଲେ । ୨୫ଦିନପରେ ଜନସାଧାରଣ ବହୁଅସୁବିଧାର ସମ୍ମୁଖୀନ ହେବାପରେ ଲୋକେ ଆଶ୍ୱସ୍ତଲାଭ କରିଛନ୍ତି । ପ୍ରତ୍ୟେକ ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀଙ୍କୁ ସହଯୋଗ କଲେ ଶୀଘ୍ର ଅନ୍ୟସବୁ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ଶୀଘ୍ର ହୋଇପାରିବ ବୋଲି ସେସୁ ସହକାରୀ ଯନ୍ତ୍ରୀ ବସନ୍ତ ଦାଶ, ଫେଡକୋର ସହକାରୀ ଯନ୍ତ୍ରୀ ରଂଜିତ୍ କୁମାର ମହାରାଜ ଅଞ୍ଚଳବାସୀଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ