୨୬ରୁ ମାଟ୍ରିକ ଖାତା ଦେଖା
ଭୁବନେଶ୍ୱର : ଆସନ୍ତା ୨୬ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ପୂର୍ବରୁ ଦୁଇ ଦୁଇ ଥର ମାଟ୍ରିକ ପରୀକ୍ଷା ଖାତା ଦେଖା ତାରିଖ ଘୁଞ୍ଚିସାରିଛି । ତେବେ ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ଫଳ ପ୍ରକାଶନ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ଏହି ସୂଚନା ଦେଇଥିଲେ ।
ପୂର୍ବରୁ ସେ କହିଥିଲେଯେ, ବାତ୍ୟା ଅମ୍ପନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି । ଆଜି କିମ୍ବା କାଲି ସନ୍ଧ୍ୟା ସୁଦ୍ଧା ମୂଲ୍ୟାୟନ ପାଇଁ ତାରିଖ ଘୋଷଣା କରାଯିବ । ମୂଲ୍ୟାୟନ ଓ ଫଳ ପ୍ରକାଶ ପାଇଁ ଆମେ ସମସ୍ତ ଚେଷ୍ଟା ଜାରି ରଖିଛୁ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟଯେ, କରୋନା ପାଇଁ ଏବେ ଅର୍ଥନୀତି ଭଳି ଶିକ୍ଷା ବ୍ୟବସ୍ଥା ବି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସ୍କୁଲ ଓ କଲେଜ ବନ୍ଦ ରହିଛି । ପରୀକ୍ଷା ଖାତା ଦେଖା ବି ହୋଇପାରୁନାହିଁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇନଥିବାରୁ ପିଲାମାନେ କେବେ ଯୁକ୍ତ ୨ ନାମ ଲେଖାଇବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଥିବା ପରିଲକ୍ଷିତ ହେଉଛି ।


