କରୋନା: ନଗଦ ରାଶି ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: ବ୍ୟବସାୟ ଓ ବାଣିଜ୍ୟ ଲାଗି ନଗଦ ରାଶିର ବ୍ୟବହାର ଅନେକ ବର୍ଷରୁ ଚାଲିଆସିଛି । ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯେତେ ଉନ୍ନତି ହେଲେ ମଧ୍ୟ ଲୋକମାନେ ପର୍ସ କିମ୍ବା ୱାଲେଟରେ ନଗଦ ରାଶି ରଖିବା ବନ୍ଦ କରି ନାହାନ୍ତି । କିନ୍ତୁ କରୋନା ଭୂତାଣୁ ଆଗମନ ପରେ ନଗଦ ରାଶି ବ୍ୟବହାରରେ ବଡ଼ଧରଣର ପରିବର୍ତ୍ତନ ଦେଖାଦେଇଛି । କେବଳ କାଗଜ ନଗଦ ରାଶି ନୁହେଁ, କଏନର ବ୍ୟବହାର ମଧ୍ୟ ସମାନ ପରିମାଣରେ ହ୍ରାସ ପାଇବାରେ ଲାଗିଛି । ଆମେରିକୀୟ ସୁପରମାର୍କେଟ ଠାରୁ ଆରମ୍ଭ କରି ଜାପାନର ସହର ଏବଂ ଆଫ୍ରିକାର ଗ୍ୟାସ ଷ୍ଟେସନ ଠାରୁ ଆରମ୍ଭ କରି ତେହରାନ ପର୍ଯ୍ୟନ୍ତ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକମାନେ ନଗଦ ରାଶି ବ୍ୟବହାର କମାଇଛନ୍ତି । କେବଳ ଗ୍ରାହକ ନୁହେଁ ବ୍ୟବସାୟୀମାନେ ମଧ୍ୟ କାଗଜ ନୋଟ ନେବାକୁ ଅମଙ୍ଗ ହେଉଛନ୍ତି । ନୋଟ ଜରିଆରେ କରୋନା ଭୂତାଣୁ ବ୍ୟାପିବାର ଯେଉଁ ଆଶଙ୍କା ରହିଛି ସେଥିପାଇଁ ତାହାକୁ ଗ୍ରହଣ କରିବାକୁ ବ୍ୟବସାୟୀମାନେ ରାଜି ହେଉନଥିବା ଜଣାପଡ଼ିଛି । ଯେତେବେଳେ କରୋନା ସଂକଟ ଆରମ୍ଭ ହେଲା ସେହିସମୟରେ କେତେକ ସ୍ଥାନରେ ଲୋକମାନେ ଗ୍ଲୋଭସ ପରିଧାନ କରି ନଗଦ ନୋଟ କାରବାର କରୁଥିଲେ । ଅନ୍ୟ କିଛି ସ୍ଥାନରେ ବ୍ୟବସାୟୀମାନେ ନୋଟଗୁଡ଼ିକୁ ଗୋଟିଏ ସ୍ଥାନରେ ଦିନ ଦିନ ଧରି ରଖିବା ପରେ ତାହା ଧରିବାକୁ ସାହସ କରୁଥିଲେ । କେତେକ ଲୋକ ନୋଟ ସଂକ୍ରମଣ ମୁକ୍ତ କରିବା ଲାଗି ତାହା ଉପରେ ରାସାୟନିକ ପଦାର୍ଥ ମଧ୍ୟ ସ୍ପ୍ରେ କରୁଥିଲେ । କିନ୍ତୁ ଲୋକ ନୋଟ ଗୁଫିକ ମାଇକ୍ରୋୱେଭ ଭିତରେ ଭର୍ତ୍ତି କରି ଗରମ କରୁଥିଲେ । ଅତ୍ୟଧିକ ଗରମରେ କରୋନା ଭୂତାଣୁ ନଷ୍ଟ ହୋଇଯାଏ ବୋଲି ଭ୍ରାନ୍ତ ଧାରଣା ରଖି ଲୋକମାନେ ସେଭଳି କାର୍ଯ୍ୟ କରୁଥିଲେ । ଚୀନରେ ବ୍ୟାଙ୍କଗୁଡ଼ିକ ପ୍ରଥମେ ନୋଟ ଗୁଡ଼ିକୁ ଅତିବାଇଗଣି ଆଲୋକ ଓ ଉତ୍ତାପ ଜରିଆରେ ଷ୍ଟେରିଲାଇଜ କରାଯାଉଛି । ଏହା ପରେ ସେଗୁଡ଼ିକୁ ଅତିକମରେ ଏକ ସପ୍ତାହ ପର୍ଯ୍ୟନ୍ତ ଅଲଗା ରଖିବା ପରେ ଗ୍ରାହକଙ୍କୁ ଦିଆଯାଉଛି । ନୋଟ କାରବାରରେ ଅଭ୍ୟସ୍ତ ଜାପାନରେ ମଧ୍ୟ ଡିଜିଟାଲ କାରବାର ବଢ଼ୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ