୨୬୬୩ରେ ପହଞ୍ଚିଲା କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା
ବେଜିଂ : ଚୀନ୍ରେ କୋରୋନା ଭାଇରସ୍ ମୃତ୍ୟୁ ସଂଖ୍ୟା ରୋକିବାର ନାମ ନେଉନାହିଁ । ସୋମବାର ଏହି ଭାଇରସ୍ ପ୍ରଭାବରେ ୭୧ ଜଣଙ୍କ ପ୍ରାଣହାନି ଘଟିଛି । ନୂତନ ଭାବରେ ୭୧ ଜଣଙ୍କ ମୃତ୍ୟୁ ପରେ କୋରୋନା ମୃତ୍ୟୁ ସଂଖ୍ୟା ୨୬୦୦ ଅତିକ୍ରମ କରିଛି । ଏହାପରେ ମୃତ୍ୟୁ ସଂଖ୍ୟା ୨୬୬୩ ଛୁଇଁଛି । କୋରୋନା ଭାଇରସ୍ ପ୍ରଭାବରେ କେବଳ ଚୀନ୍ରେ ନୁହେଁ ଦକ୍ଷିଣ କୋରିଆରେ ମଧ୍ୟ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି । ଦକ୍ଷିଣ କୋରିଆରେ ସୋମବାର ଦିନ ନୂତନ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ନୂତନ ଭାବରେ ୫୦୮ ଜଣ କୋରୋନା ଆକ୍ରାନ୍ତ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି । କୋରୋନା ଭାଇରସ୍ ପ୍ରଭାବରେ ଚୀନ୍ ବିଧାନସଭା ଅଧିବେଶନ ବାତିଲ କରାଯାଇଥିବା ବେଳେ ଏହାଦ୍ବାରା ଚୀନ୍ର ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହୋଇଛି ।