୨୭ତମ ଆଂଚଳିକ ଶିଶୁ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ ପରିସରରେ ନଭେମ୍ବର ୩ ଓ ୪ ତାରିଖ ଦିନ ୨୭ତମ ଆଂଚଳିକ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ଏକ ସ୍ୱଚ୍ଛ, ସବୁଜ ଓ ସ୍ୱାସ୍ଥ୍ୟକର ଦେଶ ଗଠନ ନିମନ୍ତେ ପ୍ରଯୁକ୍ତି ଏବଂ ଅଭିନବୀକରଣ ଜ୍ଞାନକୌଶଳର ଆବଶ୍ୟକତା” ଶୀର୍ଷକ ବିଷୟବସ୍ତୁ ଉପରେ ଆଧାରିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ଭୁବନେଶ୍ୱର ସଂଭାଗ ଅନ୍ତର୍ଗତ ୪୧ଟି କେନ୍ଦ୍ରୀୟ ବିଦ୍ୟାଳୟରୁ ୧୫୦ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱରାଜ ପଣ୍ଡା ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟର ମୁଖ୍ୟ ପ୍ରାଚାର୍ଯ୍ୟ ଶ୍ରୀଯୁକ୍ତ ରବି ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାର ମୂଲ୍ୟାୟନ କରିବା ନିମନ୍ତେ ଚାନ୍ଦିପୁର ପିଏକ୍ସଇ ରୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ ବିଭିନ୍ନ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ୧୬ଜଣ ପ୍ରାଧ୍ୟାପକ ଉପସ୍ଥିତ ଥିଲେ । ନଭେମ୍ବର ୪ ତାରିଖ ଦିନ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଚାନ୍ଦିପୁର ପିଏକ୍ସଇର ଉପନିର୍ଦ୍ଦେଶକ ଶ୍ରୀ କେ.କେ. ଚାନ୍ଦ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ