୨୭ରେ ମୁକ୍ତିଲାଭ କରିବ ଦ ଗ୍ରୀନ୍‌ ନାଇଟ୍‌

ମୁମ୍ବାଇ: ଦେବ ପଟେଲଙ୍କ ଅଭିନୀତ ଫିଲ୍ମ ଦ ଗ୍ରୀନ୍‌ ନାଇଟ୍‌ ଅଗଷ୍ଟ ୨୭ରେ ମୁକ୍ତିଲାଭ କରିବ। ସାରା ବିଶ୍ୱରେ ଥିବା ଦେବଙ୍କ ପ୍ରଶଂସକ ଏହାକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଚଳଚ୍ଚିତ୍ର ରିଲିଜ୍‌ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତ। ଏହି ଚଳଚ୍ଚିତ୍ରରେ ଦେବ ପଟେଲ, ଆଲିସିଆ ଭିକାଣ୍ଡର, ଜୋଏଲ୍‌ ଏଡଗର୍ଟନ୍‌, ସରିତା ଚେଧୁରୀ, ସଚିନ ହାରିସ୍‌, କେଟ୍‌ ଡିକି, ବରୀ କିଓଗାନ୍‌, ଏବଂ ରାଲ® ଇନେସନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । ଗ୍ରୀନ୍‌ ନାଇଟ୍‌ ର ଟ୍ରେଲର ମେ ମାସରେ ମୁକ୍ତିଲାଭ କରିଥିଲାଛ ବର୍ତ୍ତମାନ ଫିଲ୍ମ ରିଲିଜ୍‌ ତାରିଖ ଘୋଷଣା କରାଯାଇଛି। ଏହା ଅଗଷ୍ଟ ୨୭ରେ ମୁକ୍ତିଲାଭ କରିବ । ଚଳଚ୍ଚିତ୍ରଟି କ୍ଲାସିକ୍‌ ଆର୍ଥୁରୀୟ କିମ୍ବଦନ୍ତୀ ସାର୍‌ ଗାୱାଇନ୍‌ ଏବଂ ଗ୍ରୀନ୍‌ ନାଇଟ୍‌ କବିତା ଉପରେ ଆଧାରିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ