ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ଶ୍ରମିକ ମୃତ, ୧୧ ଆହତ

ନୂଆଦିଲ୍ଲୀ: ଆଜି ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ପୁଣି ମାଓବାଦୀଙ୍କ ହିଂସା ଦେଖିବାକୁ ମିଳିଛି । ମାଓବାଦୀମାନେ ଏକ ବୋଲେରୋ ଗାଡ଼ିକୁ ‘ଆଇଇଡି’ଦ୍ବାରା ବିସ୍ଫୋରଣ କରି ଉଡ଼ାଇ ଦେବାରୁ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଏବଂ ୧୧ ଆହତ ହୋଇଛନ୍ତି । ବୋଲେରୋ ଗାଡ଼ିରେ ଥିବା ଅଧିକାଂଶ ବ୍ୟକ୍ତି ଶ୍ରମିକ ଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଥିବା ତିନିଜଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ଧନ ସିଂହ ନାମଧ୍ୟେୟ ବ୍ୟକ୍ତିଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାଟି ସକାଳ ପ୍ରାୟ ୭.୩୦ରେ ମାଲେୱାଡ଼ି ଥାନା ଅଧୀନ ଘୋତିୟା ଗ୍ରାମ ନିକଟରେ ଘଟିଛି। ଏହା ମାଓବାଦୀମାନେ ବିସ୍ଫୋରଣ କରାଇଥିବା ଗୋଟାଏ ‘କମାଣ୍ଡ୍‌ ଆଇଇଡି’ ଥିଲା ବୋଲି ଆମେ ପାଇଥିବା ତାରରୁ ଜଣାପଡ଼ିଛି। ଜଣେ ମହିଳାଙ୍କ ସମେତ ଗାଡ଼ିରେ ଥିବା ୧୨ଜଣ ଯାକ ଏହି ବସ୍ଫୋରଣରେ ଆହତ ହୋଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ