୨୯ରୁ ଜିଲାସ୍ତରୀୟ ଦୌଡ଼କୁଦ ଚୟନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ମାସ ୨୯, ୩୦ ଓ ଆସନ୍ତା ଏପ୍ରିଲ ୨ ତାରିଖରେ ସ୍ଥାନୀୟ ପରମିଟ ପଡ଼ିଆରେ ଜିଲାସ୍ତରୀୟ ଦୌଡ଼କୁଦ ଚୟନ ଶିବିର ଆୟୋଜନ ପାଇଁ ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରସ୍ତୁତି ଜାରି ରହିଥିବା ବେଳେ ବିଭିନ୍ନ ବର୍ଗରୁ ୧୪ ବର୍ଷରୁ ୨୩ ବର୍ଷ ମଧ୍ୟରେ ଉଭୟ ବାଳକ-ବାଳିକା ଓ ପୁରୁଷ-ମହିଳା ଖେଳାଳି ଏଥିରେ ଅଂଶଗ୍ରହଣ କରିପାରିବେ । ଆଗ୍ରହୀ ଅନୁଷ୍ଠାନ ତଥା କ୍ରୀଡ଼ାବିତମାନେ ୨୯ ତାରିଖ ସକାଳ ୮ଟାରେ ପରମିଟ ପଡ଼ିଆରେ ପଞ୍ଜୀକରଣ କରିବେ । ଏହି ଚୟନ ପ୍ରକ୍ରିୟାରୁ ମନୋନୀତ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କ୍ରୀଡ଼ା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।