୨୯୫ ଲିଟର ଦେଶୀ ମଦ ଜବତ,୪ ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ ): ଗାଙ୍ଗପୁର ପୋଲିସ ଦ୍ୱାରା ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୨୯୫ ଲିଟର ଦେଶୀ ମଦ ଜବତ ହେବା ସହିତ ୪ ଜଣ ଗିରଫ ହୋଇଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ,ଆଜି ସକାଳେ କୌଣସି ସୁତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ଏହି ଥାନା ଅନ୍ତର୍ଗତ ରାମଣାପଲ୍ଲୀ ଗ୍ରାମ ଓ ଜଙ୍ଗଲରେ ଚଢ଼ାଉ କରି ୧୬୦ ଲିଟର ଦେଶୀମଦ ଜବତ କରିବା ସହିତ ୪୫୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ମକରାପଲ୍ଲୀ ଜଙ୍ଗଲରେ ଚୋରା ଭାଟିରେ ଚଢ଼ାଉ କରି ସେଠାରୁ ୧୩୫ ଲିଟର ଦେଶୀ ମଦ ଜବତ କରିବା ସହିତ ୧୨୦୦ ଲିଟର ପୋଚ ନଷ୍ଟ କରିଥିବା ଜଣାପଡିଛି ।ଚଢ଼ାଉ ବେଳେ ଦୁଇଟି ସ୍ଥାନରୁ କୁଲାଙ୍ଗୀର ସାଗର ନାଇକ(୨୨),ମିଥୁନ ନାଇକ(୩୦) ଓ ଆସ୍କା ଥାନା ବାଲିଶିରାର ବାବାଜୀ ନାଇକ(୪୫) ଓ ରାମଣାପଲ୍ଲୀର ବିଶ୍ୱନାଥ ମଲିକ(୪୦) ଏପରି ୪ ଜଣଙ୍କୁ ଗିରଫ କରିବା ସହିତ ୩୯୨/୨୧,୩୯୩/୨୧ ଓ ୩୯୪/୨୧ ତିନୋଟି ମାମଲା ରୁଜ୍ଜୁ ହୋଇଥିବା ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ