୨୯ ଖଣ୍ଡ ଶାଳ ପଟା ଜବତ, ଜଣେ ଗିରଫ
ରାଇକିଆ,(ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲ୍ଲା ରାଇକିଆ ବନ ବିଭାଗ ତରଫରୁ ଗୁରୁବାର ଗମାଣ୍ଡି ଗ୍ରାମରେ ଚଢ଼ାଉ କରି ଜଣେ ବ୍ୟକ୍ତି ଙ୍କ ଘରୁ ୨୯ ଖଣ୍ଡ ଶାଳ ପଟା ଜବତ କରିଛି । ବେଆଇନ ଶାଳ ପଟା ଗଚ୍ଛିତ ଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲା ।ଏହି ଘଟଣା ରେ ଅଭିଯୁକ୍ତ ଶେଷଦେବ ଦିଗାଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଫରେଷ୍ଟ କେସ ନ ୪୭/୨୦ ରେ ମାମଲା ରୁଜୁ କରାଯାଇ ଥିବା ନେଇ ରେଞ୍ଜର୍ ସୁନିଲ ସାହୁ କହିଛନ୍ତି ।